ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି କହି ଡେମୋକ୍ରାଟମାନେ ଏହି ମହାଭିଯୋଗ ପ୍ରସ୍ତାବର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ହାଉସ୍ ଅଫ୍୍ ରିପ୍ରେଜେଣ୍ଟେଟିଭରେ ଏହି ପ୍ରସ୍ତାବ ଉପରେ ଆଲୋଚନା ସହିତ ଭୋଟିଂ ହୋଇପାରେ ।
ଏହା ପୂବ ର୍ରୁ ଗତକାଲି ସମ୍ବିଧାନର ଧାରା ୨୫ ପ୍ରୟୋଗ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବାକୁ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପେନ୍ସ ଯଦି ଏହା ନ କରନ୍ତି ତେବେ ବୁଧବାର ହିଁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ହାଉସ୍ ମେଜରିଟି ନେତା ଷ୍ଟେନି ହୋୟର କହିଛନ୍ତି ।
ଗତ ବୁଧବାର କ୍ୟାପିଟଲ ହିଲରେ ଯେଉଁ ହିଂସାକାଣ୍ଡ ଓ
ଅରାଜକତା ହେଲା, ସେଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି ଡେମୋକ୍ରାଟମାନେ । ସେମାନେ ଅଭିଯୋଗ କରିଛନ୍ତି, ନିଜ ସମର୍ଥକଙ୍କୁ ଟ୍ରମ୍ପ ଉସୁକାଇବାରୁ ଏଭଳି ଅରାଜକତା ହୋଇଥିଲା । ଏହା ରାଜଦ୍ରୋହ ସହିତ ସମାନ, ସରକାରଙ୍କ ବିରୋଧରେ ଏହା ବିଦ୍ରୋହ ବୋଲି ମଧ୍ୟ କହିଛନ୍ତି । ତେଣୁ ରାଷ୍ଟ୍ରପତି ପଦରେ ରହିବାର ଅଧିକାର ଟ୍ରମ୍ପ ହରାଇଥିବା କହି ତାଙ୍କ ବିରୋଧରେ ଡେମୋକ୍ରାଟମାନେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି । ଏହା ଆଗରୁ ୨୦୧୯ରେ ମଧ୍ୟ ଡୋନାଲ୍ଡଙ୍କ ବିରୋଧରେ ଏପରି ମହାଭିଯୋଗ ଆସିଥିଲା ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.