ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି କହି ଡେମୋକ୍ରାଟମାନେ ଏହି ମହାଭିଯୋଗ ପ୍ରସ୍ତାବର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ହାଉସ୍ ଅଫ୍୍ ରିପ୍ରେଜେଣ୍ଟେଟିଭରେ ଏହି ପ୍ରସ୍ତାବ ଉପରେ ଆଲୋଚନା ସହିତ ଭୋଟିଂ ହୋଇପାରେ ।
ଏହା ପୂବ ର୍ରୁ ଗତକାଲି ସମ୍ବିଧାନର ଧାରା ୨୫ ପ୍ରୟୋଗ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବାକୁ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପେନ୍ସ ଯଦି ଏହା ନ କରନ୍ତି ତେବେ ବୁଧବାର ହିଁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ହାଉସ୍ ମେଜରିଟି ନେତା ଷ୍ଟେନି ହୋୟର କହିଛନ୍ତି ।
ଗତ ବୁଧବାର କ୍ୟାପିଟଲ ହିଲରେ ଯେଉଁ ହିଂସାକାଣ୍ଡ ଓ
ଅରାଜକତା ହେଲା, ସେଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି ଡେମୋକ୍ରାଟମାନେ । ସେମାନେ ଅଭିଯୋଗ କରିଛନ୍ତି, ନିଜ ସମର୍ଥକଙ୍କୁ ଟ୍ରମ୍ପ ଉସୁକାଇବାରୁ ଏଭଳି ଅରାଜକତା ହୋଇଥିଲା । ଏହା ରାଜଦ୍ରୋହ ସହିତ ସମାନ, ସରକାରଙ୍କ ବିରୋଧରେ ଏହା ବିଦ୍ରୋହ ବୋଲି ମଧ୍ୟ କହିଛନ୍ତି । ତେଣୁ ରାଷ୍ଟ୍ରପତି ପଦରେ ରହିବାର ଅଧିକାର ଟ୍ରମ୍ପ ହରାଇଥିବା କହି ତାଙ୍କ ବିରୋଧରେ ଡେମୋକ୍ରାଟମାନେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି । ଏହା ଆଗରୁ ୨୦୧୯ରେ ମଧ୍ୟ ଡୋନାଲ୍ଡଙ୍କ ବିରୋଧରେ ଏପରି ମହାଭିଯୋଗ ଆସିଥିଲା ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.