Latest Odisha News

ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

କଟକ: ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ଉନ୍ମତ୍ତକାଣ୍ଡ । ଘର ଆଗରେ ବୋମାମାଡ଼ କରି ପ୍ରଥମେ ଲୋକଙ୍କୁ ଭୟଭୀତ କଲେ । ତାପରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା । କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁରେ ଏଭଳି ଡକାୟତି ହୋଇଛି ।

ଗତକାଲି ରାତିରେ ହରିପୁର ଗାଁର ଅମୀୟ ପଣ୍ଡାଙ୍କ ଘରୁ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ନେଇ ଥାନାରେ ଏତଲା ହୋଇଛି । ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଘର ବାହାରେ କିଛି ଶବ୍ଦ ହୋଇଥିଲା । ଅମୀୟ ବାହାରକୁ ଆସିବା ମାତ୍ରେ କିଛି ବ୍ୟକ୍ତି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଓ ସୁନା ଗହଣା ମାଗିଥିଲେ । ଅମୀୟଙ୍କ ପାଟି ଶୁଣି ବାହାରକୁ ଆସିଥିଲେ ପରିବାର ଲୋକ ।

ମାରଣାସ୍ତ୍ର ଦେଖାଇ ଲୁଟେରା ସମସ୍ତଙ୍କଠାରୁ ସୁନା ଗହଣା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି । କାନପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.