ଇସ୍ତାନବୁଲ : ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ଭିନ୍ନ ଭିିନ୍ନ ଅପରାଧ ପାଇଁ ସ୍ଥାନୀୟ କୋର୍ଟ ୧୦୭୫ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨୦୧୮ରେ ସେ ଗିରଫ ହୋଇଥିଲେ । ସେ ଲୋକଙ୍କୁ କଟ୍ଟରପନ୍ଥୀ ହେବା ପାଇଁ ଉସୁକାଉଥିଲେ । ସେ ୧୦୦୦ ଗାର୍ଲଫ୍ରେଣ୍ଡଙ୍କ ସହ ମୌଜ ମସ୍ତିରେ ଜୀବନ ଅତିବାହିତ କରୁଥିଲେ ।
ଏନଟିଭି ରିପୋର୍ଟ ଅନୁସାରେ ଯୌନ ଅପରାଧ, ନାବାଳିକଙ୍କୁ ଦୁଷ୍ମର୍ମ, ସୈନ୍ୟ ଜାସୁସୀ ଏବଂ ଆହୁରି ଅନେକ ଖରାପ କାର୍ଯ୍ୟରେ ସେ ଲିପ୍ତ ଥିଲେ । ଡିସେମ୍ବରରେ ସେ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ପାଖରେ ୧୦୦୦ରୁ ଊର୍ଦ୍ଧ୍ୱ ଗାର୍ଲଫ୍ରେଣ୍ଡ ଅଛନ୍ତି । ସେମାନେ ସମସ୍ତେ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ତାଙ୍କ ଘରୁ ପୋଲିସ ୬୯୦୦୦ ଗର୍ଭନିରୋଧ ଔଷଧ ଜବତ କରାଯାଇଥିଲା ।
Comments are closed.