Latest Odisha News

BREAKING NEWS

ଭଲ ପାଇବାର ବର୍ଷ ୨୦୨୧

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ “ସଂସ୍କୃତି ସଂସ୍କୃତି “ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ମିଳନୀ ସମାରୋହ “ଭଲ ପାଇବାର ବର୍ଷ ୨୦୨୧” ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ ସନ୍ଥ ଓ କଳାକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାମାରୀ କରୋନାର ଏକ ଯନ୍ତ୍ରଣା ଦାୟକ ଅନୁଭୁତି ପରେ ନୂଆବର୍ଷ ୨୦୨୧ କୁ ସ୍ୱାଗତ ଜଣାଇଥିଲେ।

ଏହି ବର୍ଷରେ ସମସ୍ତେ ପରସ୍ପରକୁ ସ୍ନେହ ଶ୍ରଦ୍ଧା ବାଣ୍ଟିବା ସହ ଅନ୍ୟର ମୁହଁରେ ହସ ଫୁଟାଇବାକୁ ପ୍ରୟାସୀ ହେବା ଉଚିତ ବୋଲି କହିଥିଲେ। ସଂସ୍କୃତି ଓ ସଂସ୍କୃତି ର ସଭାପତି ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଆଧ୍ୟାତ୍ମିକ ସାଧକ ସ୍ବାମୀ ରାମ ନାରାୟଣ ଦାସ ମହାରାଜ ଉଦଘାଟନ କରିଥିଲେ। ବୌଦ୍ଧ ଭିକ୍ଷୁ ବୁଦ୍ଧଦତ୍ତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଅନୁଷ୍ଠାନର ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଭାଓଲିନ ବାଦକ ରାକେଶ ବିଶ୍ୱାଳଙ୍କ ଜନ୍ମଦିନ ଉପଲକ୍ଷେ କେକ କଟାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବହୁ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅବନୀକାନ୍ତ ଦାସ , ଛନ୍ଦା ମିଶ୍ର , ଲୋଭା ବିଶ୍ୱାଳ, ଅନିନ୍ଦିତା ଦାସ, ପ୍ରତିଭା ପ୍ରଧାନ, ବିଚିତ୍ରାନନ୍ଦ ଦେଓ , ପ୍ରଯୋଜକ ଶ୍ରୀଧର ମାର୍ଥା , ଅତିଶ କୁମାର ରାଉତ ଓ ସଂଳାପକାର ଡ଼ଃ ରାଜନୀରଞ୍ଜନ ପ୍ରମୁଖ ଥିଲେ।

ଏହି ଉତ୍ସବରେ କାଦମ୍ବିନୀ ର ସମ୍ପାଦିକା ଡ଼ଃ ଇତି ସାମନ୍ତ , ସୌରେନ୍ଦ୍ର କୁମାର ମହାପାତ୍ର, ଡ଼ଃ ବିମଳେନ୍ଦୁ ମହାନ୍ତିଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ଇଂ ଶ୍ରୀନିବାସୀ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର ବିଶ୍ୱାଳ ଓ ସମୀର କୁମାର ରାଉତ ପରିଚାଳନା କରିଥିଲେ।

Leave A Reply

Your email address will not be published.