Latest Odisha News

BREAKING NEWS

ଟିକା ନେବ ଭାରତ: ବିଶ୍ୱର ସବୁଠୁ ବଡ଼ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନର ଆଜି ଶୁଭାରମ୍ଭ କରିବ ଭାରତ । ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ । କୋଭିଡ୍ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫେରେନ୍ସିଂରେ ସକାଳ ସାଢ଼େ ୧୦ଟାରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ସେ ଶୁଭାରମ୍ଭ କରିବେ। ଏହାସହ ଲୋକାର୍ପିତ କରିବେ କୋ-ଓ୍ୱିନ୍ ଆଫ୍ ।

ଦେଶର ମୋଟ୍‌ ୩ ହଜାର ସାଇଟରେ ଟିକାକରଣ ହେବ । ପ୍ରତି ସାଇଟ୍‌ରେ ୧୦୦ ଜଣଙ୍କୁ ଦିଆଯିବ ଟିକା । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ପ୍ରଥମ ପର୍ଯ୍ୟାୟରେ ଦେଶରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ।

ଟିକାକରଣ କେନ୍ଦ୍ରକୁ ଭ୍ୟାକସିନ୍ ଓ କେଉଁମାନେ ଟିକା ନେବେ ସେମାନଙ୍କ ତାଲିକା ବି ପହଞ୍ଚି ସାରିଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତାଲିକା ଆଧାରରେ ଟିକା ଯୋଗାଇ ଦିଆଯାଇଛି । ଏଥିପାଇଁ ପଠାଯାଇଛି ମୋଟ ୧.୬୫ କୋଟି ଡୋଜ୍ ଭ୍ୟାକସିନ୍ ।

Leave A Reply

Your email address will not be published.