Latest Odisha News

BREAKING NEWS

ଟେସଲା ସହ ସହଭାଗିତାକୁ ନେଇ ନୀରବତା ଭାଙ୍ଗିଲା ଟାଟା

ନୂଆଦିଲ୍ଲୀ: ଟେସଲା ଭାରତ ଆସିବା ନିଶ୍ଚିତ ହେବା ପରେ ବୖ‌େଦ୍ୟୁତିକ ଯାନଗୁଡ଼ିକର ଆଲୋଚନା ତୀବ୍ର ହୋଇଛି। ନିକଟରେ ଟାଟା ମୋଟର୍ସ ଟେସଲା ସହିତ ଏକ ସହଭାଗୀତା ଲାଭ କଲା। ଏହି ସମୟରେ, ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ମୋବିଲିଟି ତରଫରୁ ଟେସଲାକୁ ଭାରତରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇବା ପାଇଁ ହିନ୍ଦୀ ଗୀତର କିଛି ଧାଡି ଲେଖାଯାଇଥିଲା।ତେବେ ଏହି ଟୁଇଟ୍ ପରେ ଟାଟା ଇଭି ଦ୍ୱାରା ଡିଲିଟ ହୋଇଯାଇଥିଲା।

କିନ୍ତୁ ଏହି ଟୁଇଟ୍ ପରେ ଟାଟା ମୋଟର୍ସ ଟେସଲା ସହ ଏହାର ରଣନୀତିକ ଭାଗିଦାରୀ ସମ୍ପର୍କରେ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ ଟାଟା ମୋଟର୍ସ ଏହାର ପିଭି (ପାସେଞ୍ଜର ଯାନ) ବ୍ୟବସାୟ ପାଇଁ ରଣନୀତିକ ଭାଗିଦାରୀ ବିଷୟରେ ନିଷ୍ପତ୍ତି ନେଇ ନାହିଁ। ଏବଂ ଏହି ଗୁଜବକୁ କମ୍ପାନୀ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଉଲ୍ଲେଖନୀୟ କଥା ହେଉଛି, ଟେସଲା ଇଣ୍ଡିଆ ମୋଟର୍ସ ଆଣ୍ଡ ଏନର୍ଜି ପ୍ରାଇଭେଟ ଲିମିଟେଡ୍ ଭାବରେ ବେଙ୍ଗାଲୁରୁର ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀ (ROC) ସହିତ ପଞ୍ଜୀକୃତ ହେବା ପରେ ଭାରତରେ ଡେବ୍ୟୁ କରିଥିଲା।

ଟେସଲା ସହିତ ଟାଟାଙ୍କ ସହଭାଗିତା ବିଷୟରେ ଆଲୋଚନା ହେବା ମାତ୍ରେ ଟାଟା ସେୟାରଗୁଡିକ ପୂର୍ବ ସପ୍ତାହଗୁଡିକରେ ପ୍ରାୟ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଟେସଲା ଭାରତର ଅନ୍ୟାନ୍ୟ ରାଜ୍ୟରେ କାର ଉତ୍ପାଦନ ପାଇଁ ସ୍ଥାନ ଖୋଜୁଛି, କର୍ଣ୍ଣାଟକ ସରକାର ମଧ୍ୟ ବେଙ୍ଗାଲୁରୁ ସହର ବାହାରେ ଥିବା ତୁମ୍କୁରରେ ଟେସଲାକୁ ଜମି ପ୍ରଦାନ କରିଛନ୍ତି। କମ୍ପାନୀ କାର୍ ଉତ୍ପାଦନ ପାଇଁ ଏକ ସୁବିଧା ପ୍ରତିଷ୍ଠା କରିପାରିବ।
Leave A Reply

Your email address will not be published.