Latest Odisha News

BREAKING NEWS

ରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ସମୀର ମହାନ୍ତି

ଭୁବନେଶ୍ବର : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହୋଇଛି ଅଭିଯାନ । ନିଧି ସମର୍ପଣ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କିଛି ଅର୍ଥ ଦାନ କରିବା ସହ ଏଭଳି ଏକ ପୂଣ୍ୟ କାମରେ ରାଜ୍ୟବାସୀ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି ସମୀର ମହାନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଥିବା ବେଳେ, ରାଜ୍ୟରେ ମଧ୍ୟ ନିଧି ସମର୍ପଣ ସମିତି ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ରାଜ୍ୟରେ ଏକ ମାସ ଯାଏଁ ଚାଲିବ ଅଭିଯାନ ।

Leave A Reply

Your email address will not be published.