Latest Odisha News

BREAKING NEWS

ଏପ୍ରିଲରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ୍ ହକି‌ ଷ୍ଟାଡିୟମ ନିର୍ମାଣ କାମ

ରାଉରକେଲା : ଏପ୍ରିଲରୁ ଆରମ୍ଭ ହେବ ଷ୍ଟାଡିୟମ ନିର୍ମାଣ କାମ । ରାଉରକେଲା ସହରରେ ନିର୍ମାଣ ହେବ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ । ଏହାର କାମ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ । ମାତ୍ର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସ୍ଥିର ହୋଇଛି । ୧୦ରୁ ୧୫ ଏକର ଜମିରେ ଏହି ହକି ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଉରକେଲା ଗସ୍ତ ଅବସରରେ ସୂଚନା ଦେଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା କରିସାରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିପିୟୁଟି ପରିସରରେ ଥିବା ଜମିରେ ଏହା ନିର୍ମାଣ ହେବ ବୋଲି ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ସଚିବ ବିଶାଲ ଦେବ ଜମି ଦେଖିବା ସ୍ଥିତି ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପରେ ରାଉରକେଲା ସହ ସୁନ୍ଦରଗଡ଼ର ହକି ଖେଳାଳିଙ୍କୁ ଉତ୍ସାହିତ କରିଛି । ଏହି ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ସହ ଅଭ୍ୟାସ ପାଇଁ ପିଚ୍, ଜିମ୍, ହାଇଡ୍ରୋ ଥେରାପି ସୁବିଧା ରହିବ ।

Leave A Reply

Your email address will not be published.