Latest Odisha News

BREAKING NEWS

ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ପରୀକ୍ଷଣ କଲା ପାକିସ୍ତାନ

ଇସଲାମବାଦ: ପାକିସ୍ତାନ ବୁଧବାର ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାର ରେଂଜ ୨୭୫୦ କିଲୋମିଟର ରହିଛି । ପାକିସ୍ତାନରୁ ଚେନ୍ନାଇ ପର୍ଯ୍ୟନ୍ତ ଏହି ମିସାଇଲ ଟାର୍ଗେଟ କରିପାରିବ । ସଫଳ ପରୀକ୍ଷଣ ପରେ ରାଷ୍ଟ୍ରପତି ଆରିଫ ଅଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଶର ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ ।

ପୂର୍ବରୁ ଶାହୀନ-୧ର ରେଂଜ ୯୦୦ କିଲୋମିଟର ଥିବା ବେଳେ ଶାହୀନ-୨ ୧୫୦୦ କିଲୋମିଟର ରହିଥିଲା । ଭାରତର ଅଗ୍ନି ମିଶାଇଲକୁ ଆଖି ଆଗରେ ରଖି ପାକିସ୍ତାନ ଏହାକୁ ପ୍ରସ୍ତୁତ କରିଛି । ଅଗ୍ନି-୩ର ରେଂଜ ୩୫୦୦ କିଲୋମିଟର । ପାକିସ୍ତାନ ଭାରତ ଭୂଭାଗ ଅପେକ୍ଷା ସୈନ୍ୟ ବେସକୁ ଟାର୍ଗେଟ କରିବା ଲକ୍ଷ୍ୟରେ ଏହାକୁ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.