Latest Odisha News

BREAKING NEWS

ପୁରସ୍କୃତ ହେଲେ ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ବିଜେତା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅଗଣିତ ଲୋକଙ୍କୁ ଏକ ନୂଆ ଅନୁଭୂତି ଦେଇଥିଲା ଅଗ୍ରଣୀ ନ୍ୟୁଜ୍ ୱେବ୍‌ସାଇଟ୍ ଓଡିଶା ସମ୍ବାଦ ଏବଂ ଓଡିଶା ବାଇଟ୍ସ । ଅନୁଷ୍ଠିତ ହୋଇଥିଲା ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ନାମକ ଦୁଇଦୁଇଟି ଅନ୍‌ଲାଇନ୍ ଇଭେଣ୍ଟ । ଗତବର୍ଷ ଏପ୍ରିଲ୍ ମାସର ଶେଷ ସପ୍ତାହରେ ଲକ୍‌ଡାଉନ୍ ରେସିପି ଆରମ୍ଭ ହୋଇଥିଲାବେଳେ ମେ’ ମାସର ଶେଷ ସପ୍ତାହରେ କରୋନା କ୍ରିଏଟିଭିଟି ପ୍ରତଯୋଗୀତା ଘରେଘରେ ଥିବା ଲୋକଙ୍କୁ ଆମୋଦିତ କରିଥିଲା । ଏହି ଦୁଇଟି ପ୍ରତଯୋଗୀରେ ଓଡିଶା, ସମଗ୍ର ଦେଶ ତଥା ବିଦେଶରୁ ବି ଅନେକ ପ୍ରତଯୋଗୀ ସାମିଲ ହୋଇଥିଲେ ।

ଏହି ଦୁଇଟି ପ୍ରତଯୋଗୀତାରେ ବହୁସଂଖ୍ୟାରେ ପ୍ରତଯୋଗୀ ସାମିଲ ହୋଇ ନିଜର ପ୍ରତିଭା ବଖାଣିବାରେ ଆଦୌ କୁଣ୍ଠାବୋଧ କରିନଥିଲେ । ଏହି ଧାରାରେ ଅନେକ ପ୍ରତଯୋଗୀ ତୀବ୍ର ପ୍ରତିଯୋଗୀତାର ସମ୍ମୁଖୀନ ହୋଇଥିଲେ । ତେବେ ଶେଷରେ ନିଜ ପ୍ରତିଭା ବଳରେ ସାମ୍ନାକୁ ଆସିଥିଲେ କିଛି ଭାଗ୍ୟଶାଳୀ ବିଜେତା ।

ଆଜି ଭୁବନେଶ୍ୱର ସ୍ଥିତ ଓଡିଶା ସମ୍ବାଦ ଓ ଓଡିଶା ବାଇଟ୍ସ କାର୍ଯ୍ୟାଳୟରେ ସେମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ୍ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଲକଡାଉନ୍ ରେସିପିର ବିଜେତା ପ୍ରିୟଙ୍କା ସ୍ୱାଇଁଙ୍କୁ ଟ୍ରଫି, ସାର୍ଟିଫିକେଟ୍ ଓ ଡାଇମଣ୍ଡ ଲକେଟ୍ ପ୍ରଦାନ କରାଯାଇଥିଲା । ସେହିଭଳି କରୋନା କ୍ରିଏଟିଭିର ପ୍ରଥମ ବିଜେତା ମେହେକ ଅଗ୍ରୱାଲଙ୍କୁ ଟ୍ରଫି, ଡାଇମଣ୍ଡ ରିଙ୍ଗ୍ ଓ ସାର୍ଟିଫିକେଟ୍ ଦିଆଯାଇ ସମ୍ମାନିତ କରାଯାଇଥିଲା । ଅନ୍ୟପଟେ ଦ୍ୱିତୀୟ ବିଜେତା ଭାବେ ସୁଦିପ୍ତା ଶତପଥୀ ଡାଇମଣ୍ଡ ପେଣ୍ଡେଣ୍ଟର ହକ୍‌ଦାର ହୋଇଥିଲାବେଳେ ତୃତୀୟ ବିଜେତା ଅନିକେତ ଲେଙ୍କା ଗୋଲ୍ଡ କଏନ୍‌ର ଦାବିଦାର ସାଜିଥିଲେ ।

ବିଜେତାଙ୍କୁ ଭାରତର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ ଲାଲଚନ୍ଦ ତରଫରୁ ପୁରସ୍କୃତ କରାଯାଇଥିଲାବେଳେ କିଚେନ୍ ସିଟି ଓ Clivea.com ତରଫରୁ ଡିସକାଉଣ୍ଟ ଭାଉଚର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.