Latest Odisha News

BREAKING NEWS

ଟିକାକରଣର ଚତୁର୍ଥ ଦିନ: ରାଜ୍ୟରେ ୮୯% ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣର ବୁଧବାର ଥିଲା ଚତୁର୍ଥ ଦିନ । ଦିନକରେ ୯୩ଟି ସ୍ଥାନରେ ମୋଟ୍ ୮୯% ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ହୋଇଛି । ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୮୭% ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ଶତ ପ୍ରତିଶତ ବା ତା’ଠାରୁ ଅଧିକ ଟିକାଦାନ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ମୋଟ୍ ୭ ହଜାର ୯୪୬ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ଟିକା ନେବା ପରେ କେହି ଅସୁସ୍ଥ ହୋଇ ନାହାନ୍ତି କି କାହା ପାଖରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନାହିଁ । ଆଜି (ଗୁରୁବାର) ୪୩୬ ସେସନରେ ୩୭ ହଜାର ୭୬ ଜଣଙ୍କୁ ଟିକାଦାନ ଲକ୍ଷ୍ୟ ରଖାଯାଇଛି । କେବଳ ଭୁବନେଶ୍ୱରରେ ୬୦୦ ଜଣଙ୍କୁ ଦିଆଯିବ କୋଭାକ୍ସିନ ଟିକା ।

Leave A Reply

Your email address will not be published.