Latest Odisha News

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଳା ହାରିସ

ଓ୍ୱାଶିଂଟନ୍: ଆମେରିକା ଉପରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି କମଳା ହାରିସ । ସେ ହୋଇଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି । ସଂସଦ ଭବନ କ୍ୟାପିଟଲରେ ଅନୁଷ୍ଠିତ ସମାରୋହରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର । ଏହାପରେ କମଳା ହାରିସ କହିଛନ୍ତି, ଆମେରିକା ଓ ଆମେରିକାବାସୀଙ୍କ ସେବା କରିବା ପାଇଁ ସେ ପ୍ରସ୍ତୁତ ।

କମଳା ହାରିସ ହେଇଛନ୍ତି ଆମେରିକାର ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ, ପ୍ରଥମ ଭାରତୀୟ-ଆମେରିକୀୟ ଓ ପ୍ରଥମ ଏସୀୟ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ୫୬ ବର୍ଷୀୟ କମଳା ହାରିସ କାଲିଫର୍ଣ୍ଣିଆ ସିନେଟର ଅଛନ୍ତି । କମଳାଙ୍କ ବାପା ଡୋନାଲ୍‌ଡ ହାରିସ ଜାମାଇକାର ନାଗରିକ ଓ ମା’ ଶ୍ୟାମଳା ଗୋପାଳନ୍‌ ଜଣେ ଭାରତୀୟ ଥିଲେ । ଚେନ୍ନାଇ ଜନ୍ମିତ ଶ୍ୟାମଳା ୧୯ ବର୍ଷ ବୟସରେ ଭାରତ ଛାଡ଼ି ଆମେରିକା ଚାଲି ଯାଇଥିଲେ । ବୃତ୍ତିରେ ସେ ଜଣେ କ୍ୟାନସର ରୋଗ ବିଶେଷଜ୍ଞ । କମଳାଙ୍କ ଏ ସଫଳତା ପଛରେ ତାଙ୍କ ମାଆଙ୍କର ବଡ଼ ଭୂମିକା ରହିଛି।

Leave A Reply

Your email address will not be published.