Latest Odisha News

BREAKING NEWS

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ଇଂଲଣ୍ଡ ବିପକ୍ଷ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ

ନୂଆଦିଲ୍ଲୀ: କରୋନା କାଳ ପରେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ପଂହଚିଛି । ଭାରତ-ଇଂଲଣ୍ଡ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ଏହା ସଫଳ ହେବା ପରେ ଆଗାମୀ ଆଇପିଏଲରେ ମଧ୍ୟ ଦର୍ଶକ କ୍ରିକେଟର ମଜା ଉଠାଇପାରିବେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନ ଥିଲେ ମଧ୍ୟ ଜଣେ ସିନିୟର ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ଇଂଲଣ୍ଡ ଏବଂ ଭାରତର ବୋର୍ଡ ମଧ୍ୟରେ ଏ ନେଇ ଆଲୋଚନା ଚାଲିଛି । ଫେବୃୟାରୀ ୫ରୁ ଟେଷ୍ଟ ସିରିଜ ଆରମ୍ଭ ହେବ । ସେହିପରି ୧୨ରୁ ମାର୍ଚ୍ଚରୁ ଟି୨୦ ଏବଂ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜ ଖେଳାଯିବ । ଖେଳାଳିମାନଙ୍କୁ ଚାର୍ଟର୍ଡ ପ୍ଲେନ ମାଧ୍ୟମରେ ଯାତ୍ରା କରିବେ । ଦର୍ଶକମାନେ ସମସ୍ତ କରୋନା କଟକଣା ମାନି ଷ୍ଟାଡିୟମକୁ ଯିବେ ।

Leave A Reply

Your email address will not be published.