Latest Odisha News

BREAKING NEWS

ଓ୍ୱେଲକମ୍ ଚାମ୍ପିଅନ୍: ସ୍ୱଦେଶୀ ଫେରିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ସହ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ । ଆଜି ଖେଳାଳିମାନେ ଜନ୍ମମାଟିରେ ପାଦ ଥାପିଛନ୍ତି । ନିଜ ନିଜ ଘରକୁ ଯାଇଛନ୍ତି ଖେଳାଳି । ମୁମ୍ୱାଇ ଏୟାରପୋର୍ଟରେ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ପୃଥ୍ୱୀ ଶ । ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସେହିପରି ନୂଆଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି ବ୍ରିସବେନ୍ ମ୍ୟାଚ୍ ହିରୋ ରିଷଭ ପନ୍ଥ । ସେ କହିଛନ୍ତି, ବର୍ଡର ଗାଭାସ୍କର ଟ୍ରଫି ଭାରତ ପାଖରେ ରହିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି । ବ୍ରିସବେନରେ ଟେଷ୍ଟ ମ୍ୟାଚ ଜିତି ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଏହାସହ ୨-୧ରେ ସିରିଜ ହାତେଇଛି ।

Leave A Reply

Your email address will not be published.