ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମାସେ ଡେରିରେ ମଣ୍ଡି ଖୋଲା ହୋଇଥିଲା । ରାଜ୍ୟ ସରକାର ଓ ମିଲରଙ୍କ ଅସାଧୁ ମେଣ୍ଟ ପାଇଁ ଚାଷୀ ମଣ୍ଡିରେ ଧାନ ବିକି ନ ପାରି ହଇରାଣ ହେଉଛି । ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରୁନାହିଁ । ତେଣୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ତା ଛଡା ସରକାର ମଣ୍ଡିଗୁଡିକ ପାଇଁ ଟାର୍ଗେଟ ନିର୍ଧାରିତ କରିଥିବାରୁ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ପଡି ରହିଛି ।
ଧାନ କିଣା ସମସ୍ୟାକୁ ନେଇ ସମ୍ବଲପୁରରେ ସମାବେଶ ବେଳେ ବହୁ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ସମାଧାନ ପାଇଁ ରାତି ସୁଦ୍ଧା କୌଣସି ଅଧିକାରୀ କି ସରକାରଙ୍କ ପ୍ରତିନିଧି ଆଲୋଚନା ପାଇଁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ପୃଥ୍ୱୀରାଜ କହିଛନ୍ତି ।
ସରକାର ତୁରନ୍ତ ଆଲୋଚନା କରି ଧାନ କିଣା ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ପୃଥ୍ୱୀରାଜ । ମଣ୍ଡିରେ ଗଦା ହୋଇଥିବା ଧାନକୁ ଉଠାନ୍ତୁ ବୋଲି ସେ କହିଛନ୍ତି । ନ ହେଲେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନେବାକୁ ବିଜେପି ପ୍ରସ୍ତୁତ ଥିବା ଚେତାବନୀ ଦେଇଛନ୍ତି ପୃଥ୍ୱୀରାଜ । ଗିରଫ ହୋଇଥିବା ସବୁ ବିଜେପି ନେତା ଥାନାରେ ଧାରଣା ଦେବେ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।
BREAKING NEWS
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
Comments are closed.