Latest Odisha News

BREAKING NEWS

ଏଥର ନିଜ ସ୍କୁଲରେ ପରୀକ୍ଷା ଦେବେ ମ୍ୟାଟ୍ରିକ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଏଥର ନିଜ ସ୍କୁଲରେ ହେବ ମାଟ୍ରିକ୍‌ ପରୀକ୍ଷା। ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ହେବ ପରୀକ୍ଷା। ନିଜ ସ୍କୁଲରେ ପରୀକ୍ଷା ହେଲେ ସୁଦ୍ଧା ଅନ୍ୟ ସ୍କୁଲ ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିବିଧ ନିଷ୍ପତ୍ତି ନିଆଯାଇଛି।

ସୂଚନାନୁସାରେ, କିଛି ଦିନ ପୂର୍ବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଥିବାବେଳେ ଫର୍ମପୂରଣ ଫି’କୁ ସରକାର ଛାଡ଼ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ମାଗଣାରେ ପ୍ରଶ୍ନ ଉତ୍ତର ସମ୍ବଳିତ ପୁସ୍ତିକା ପରୀକ୍ଷା ଦର୍ପଣ ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ତେବେ କରୋନା ଯୋଗୁଁ ଯେଭଳି ଛାତ୍ରଛାତ୍ରୀ ଅସୁବିଧା ନ ଭୋଗିବେ ସେଥିପାଇଁ ଏଥର ନିଜ ସ୍କୁଲରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ବିଦ୍ୟାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ। କରୋନା ଯୋଗୁଁ ରହିବା ଓ ଯାତାୟତାରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ।

Leave A Reply

Your email address will not be published.