Latest Odisha News

BREAKING NEWS

ସପ୍ତାହେ ଭିତରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭାକ୍ସିନ ଟିକା, ଏଣିକି ସିଏଚସିରେ ତିନି ଦିନ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ୍ ଟିକାକରଣ । ସପ୍ତାହେ ଭିତରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିବ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ ଟିକା । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଏଣିକି ଗୋଷ୍ଠା ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି)ରେ ସପ୍ତାହକୁ ତିନି ଦିନ ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ଟିକା ଦିଆଯିବ । ରବିବାର ବନ୍ଦ ରହିବ । କିନ୍ତୁ ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ରବିବାରକୁ ଛାଡ଼ି ସବୁଦିନ ଟିକାକରଣ ଜାରି ରହିବ ।

ଗତକାଲି ରାଜ୍ୟରେ ୪୩୬ ସେସନରେ ୪୪ହଜାର ୮୮୦ ଟିକାକରଣ ହୋଇଛି । ଗତ ୧୬ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ୧ଲକ୍ଷ ୧୩ହଜାର ୬୨୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଛି ।

Leave A Reply

Your email address will not be published.