Latest Odisha News

BREAKING NEWS

ରାଜଧାନୀରେ ସାଇକ୍ଲୋଥନ ଆୟୋଜିତ

ଭୁବନେଶ୍ୱର: ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱରରେ ସାଇକ୍ଲୋଥନ ଆୟୋଜିତ ହୋଇଛି । ଚଳିତବର୍ଷର ଥିମ୍‌ ରହିଛି ପେଡାଲ୍‌ ଫର୍‌ ରୋଡ୍‌ ସେଫଟି । ସଡକ ସୁରକ୍ଷାର ବାର୍ତ୍ତା ନେଇ ଶତାଧିକ ସାଇକ୍ଲିଷ୍ଟ ଏଥିରେ ସାମିଲ ହୋଇଥିଲେ ।

ସାଇକ୍ଲୋଥନ ଭୁବନେଶ୍ୱର ଓଏସ୍‌ଆରଟିସି ଅଫିସରୁ ବାହାରି ରାଜମହଲ ଛକ ଦେଇ ରାମମନ୍ଦିର ରାସ୍ତାରେ ଗଡିଥିଲା ସାଇକେଲ ରାଲି । ଏ ଅବସରରେ ସାଇକ୍ଲିଷ୍ଟଙ୍କର ଷ୍ଟଣ୍ଟ ସମସ୍ତଙ୍କୁ ଆକର୍ଷିତ କରିଥିଲା । ସାଇକ୍ଲୋଥନକୁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍‌ଘାଟନ କରିଥିବାବେଳେ ପରିବହନ କମିଶନର ସଞ୍ଜୀବ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଓଲିଉଡ୍‌ ଅଭିନେତା ପପୁ ପମପମ, ସବ୍ୟସାଚୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.