ପୁଣେର: ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଗୁରୁବାର ଦିନ ଅଗ୍ନିକାଣ୍ଡ ହେବା ଯୋଗୁଁ କମ୍ପାନୀର ବିପୁଳ କ୍ଷତି ଘଟିଛି।
କମ୍ପାନୀର ସୂଚନା ଅନୁଯାୟୀ କରୋନା ଟିକା ଉତ୍ପାଦନରେ କିଛି ପ୍ରଭାବ ପଡିନଥିବା ବେଳେ ଏହି ଅଗ୍ନିକାଣ୍ଡ ବିସିଜି ଏବଂ ରୋଟା ଟିକା ଉତ୍ପାଦନରେ ଅଧିକ ପ୍ରଭାବିତ ହୋଇଛି।
ଏହି ଦୁର୍ଘଟଣାରେ କରୋନା ଟିକା କୋଭିଶିଲ୍ଡର କୌଣସି କ୍ଷତି ହୋଇ ନାହିଁ, କିନ୍ତୁ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଟିକା ବିସିଜି ଏବଂ ରୋଟା ଟିକା ତିଆରି କାରଖାନାରେ କ୍ଷତିଗ୍ରସ୍ତ ହୋଇଛି।
ଉଲ୍ଲେଖଯୋଗ୍ୟ, ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ ଅଞ୍ଚଳରେ ଥିବା ଟର୍ମିନାଲ-୧ର ଗେଟ୍ ନିକଟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । କରୋନା ଟିକା ପ୍ରସ୍ତୁତ କରୁଥିବା ସେରମ କୋଠାରେ ହୋଇଥିବା ଅଗ୍ନିକାଣ୍ଡ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
Comments are closed.