Latest Odisha News

BREAKING NEWS

କଟକକୁ ମିଳିବ ନୂଆ ପରିଚୟ, କାଲି ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ ଟର୍ମିନାଲର ହେବ ଶିଳାନ୍ୟାସ

କଟକ: ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ, ସିଏମ୍‌ସି, ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

୧୨ ଏକର ପରିମିତ ଜମିରେ ହେବାକୁ ଯାଉଛି ଏହି ଆକର୍ଷଣୀୟ ବସ ଟର୍ମିନାଲ । ଏଠାରେ ଏକାଥରକେ ୧୮୦ଟି ବସ ରହିପାରିବ । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଅନୁଗୁଳ, ଭୁବନେଶ୍ବର, ପୁରୀ ଷ୍ଟାଣ୍ଡରୁ ମଧ୍ୟ ଭିଡ଼ କମାଇବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି । ଶିଳାନ୍ୟାସ ପରେ ଏହି ଜମିରୁ ଉଚ୍ଛେଦ କାମ ଆରମ୍ଭ ହେବ ।

ଏହି ଆନ୍ତରାଜ୍ୟ ବସ ଟର୍ମିନାଲ ନେତାଜୀଙ୍କ ନାମରେ ନାମିତ ହେବ । ୧୮ ମାସ ଭିତରେ କଟକରେ ଛିଡ଼ା ହେବ ଏହି ଅତ୍ୟାଧୁନିକ ବସ ଟର୍ମିନାଲ । ଏଥିପାଇଁ ବଜେଟ ରହିଛି ୬୫ କୋଟି ଟଙ୍କା ।

Leave A Reply

Your email address will not be published.