Latest Odisha News

BREAKING NEWS

ଧାନ ଡୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର: ଏମିତି ବି ଆସେ ମୃତ୍ୟୁ । ଶୋଇଥିବା ବେଳେ ଓଲଟି ପଡ଼ିଲା ଧାନ ଡୋଲି । ତଳେ ଚାପି ହୋଇଗଲେ ଦମ୍ପତି । ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ସ୍ୱୀମା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସ୍ୱାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିବା ବେଳେ ଧାନ ଡୋଲି ଓଲଟି ପଡ଼ିଥିଲା । ମୃତକ ହେଲେ ଜିନା ହୋ । ତାଙ୍କ ସ୍ୱାମୀ ମାଗୁଆ ହୋଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ଲୋକ ଓ ପଡ଼ୋଶୀ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଡାକ୍ତର ଜିନାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।

Leave A Reply

Your email address will not be published.