Latest Odisha News

BREAKING NEWS

ପୁରୁଣା ଗାଡି ପାଇଁ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ

ନୂଆଦିଲ୍ଲୀ: ଏଣିକି ପ୍ରଦୂଷଣ କରୁଥିବା ପୁରୁଣା ଗାଡି ଚଳାଇଲେ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ଅନୁମୋଦନ କରିଛନ୍ତି । ଏହାକୁ ଲାଗୁ କରିବା ପୂର୍ବରୁ ରାଜ୍ୟଗୁଡିକ ସହିତ ଆଲୋଚନା କରାଯିବ ।


୮ ବର୍ଷରୁ ଅଧିକ ପୁୁରୁଣା ପରିବହନ ଗାଡିକୁ ରୋଡ୍ ଟ୍ୟାକ୍‌ସର ୧୦ରୁ ୨୫ ପ୍ରତିଶତ ଗ୍ରୀସ୍ ଟ୍ୟାକ୍‌ସ ଲାଗିବ । ଫିଟନେସ୍ ସାର୍ଟିଫିକେଟ ନବୀକରଣ ବେଳେ ଏହି ଟ୍ୟାକ୍‌ସ ଦେବାକୁ ପଡିବ । ବସ୍ ପରି ଯାତ୍ରୀ ପରିବହନ ଗାଡି ପ୍ରତି ଅବଶ୍ୟ କମ୍ ଟ୍ୟାକ୍‌ସ ଦେବାକୁ ପଡିବ ।
ବ୍ୟକ୍ତିଗତ ବ୍ୟବହାର କରାଯାଉଥିବା ଗାଡିରେ ୧୫ ବର୍ଷ ପରେ ଗ୍ରୀନ୍ ଟ୍ୟାକ୍‌ସ ଲାଗିବ । ରେଜିଷ୍ଟ୍ରେନ ନବୀକରଣ ସମୟରେ ଏହି ଟ୍ୟାକ୍‌ସ ଦେବାକୁ ପଡିବ ।

ଅଧିକ ପ୍ରଦୂଷିତ ସହରରେ ଚାଲୁଥିବା ଗାଡିକୁ ଲାଗିବ ଅଧିକ ଟ୍ୟାକସ୍ । ଏପରିକି ଏପରି ଗାଡିକୁ ଦେବାକୁ ପଡିବ ରୋଡ୍ ଟ୍ୟାକସର ୫୦ ପ୍ରତିଶତ ।
ଡିଜେଲ ଓ ପେଟ୍ରୋଲରେ ଚାଲିତ ଗାଡି ପ୍ରତି ଅଲଗା ଅଲଗା ଟ୍ୟାକ୍‌ସ ଲାଗିବ ।
ତେବେ ଇଲେକଟ୍ରିକ୍‌, ସିଏନ୍‌ଜି, ଇଥାନଲ୍‌, ଏଲ୍‌ପିଜିରେ ଚାଳିତ ହାଇବ୍ରିଡ୍ ଗାଡିକୁ ଏହି ଗ୍ରୀନ ଟ୍ୟାକ୍‌ସ ଦେବାକୁ ପଡିବ ନାହିଁ । ସେହପରି କୃଷିରେ ନିୟୋଜିତ ଗାଡି ଯଥା-ଟ୍ରାକଟର, ହାରଭେଷ୍ଟର, ପାୱାର ଟିଲର୍ ପ୍ରତି ଏହି ଗ୍ରୀନ୍ ଲାଗୁ ହେବ ନାହିଁ ।

ସରକାରୀ ବିଭାଗରେ ନିୟୋଜିତ ଗାଡି ୧୫ ବର୍ଷ ହେଲେ, ତାକୁ ଆଉ ଆଦୌ ବ୍ୟବହାର କରାଯିବ ନାହିଁ ।
ଗ୍ରୀନ ଟ୍ୟାକ୍‌ସ ମାଧ୍ୟମରେ ଯେଉଁ ଟଙ୍କା ଆଦାୟ ହେବ, ତାକୁ ଏକ ଅଲଗା ଆକାଉଣ୍ଟରେ ରଖାଯିବ ଓ ପ୍ରଦୂଷଣ ନିୟନ୍ତ୍ରଣରେ ତାକୁ ବ୍ୟବହାର କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ସଡକ ପରିହବନ ଓ ଜାତୀୟ ପଥ ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଛି ଯେ, ଏହି ଗ୍ରୀନ୍ ଟ୍ୟାକସ ଲାଗୁ କରିବାର ଉଦ୍ଦେଶ୍ୟ ହେଲା ପ୍ରଦୂଷଣ କରୁଥିବା ଗାଡିର ବ୍ୟବହାରକୁ ନିରୁତ୍ସାହିତ କରିବା ଓ କମ୍ ପ୍ରଦୂଷଣ କରୁଥିବା ତଥା ନୂଆ ଗାଡି ବ୍ୟବହାର କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବା । । ଗ୍ରୀନ୍ ଟ୍ୟାକସ ପ୍ରଚଳନ ଦ୍ୱାରା ପ୍ରଦୂଷଣ କମିବ ଓ ଯିଏ ପ୍ରଦୂଷଣ କରିବ ସେ ଟ୍ୟାକସ ଦେବ ।

Leave A Reply

Your email address will not be published.