Latest Odisha News

ଭାରତ-ଚୀନ ସୀମା ବିବାଦର ୯ମ ବୈଠକରେ ବାହାରିଲା କି ସମାଧାନର ସୂତ୍ର ?

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଲଦାଖର ପୂର୍ବ ଭାଗରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଗତକାଲି ହୋଇଥିବା ୯ମ ବୈଠକରେ ସମାଧାନର ସୂତ୍ର ବାହାରିଥିବାର ସଂକେତ ମିଳିଛି ।
ଏହି ବୈଠକ ପରେ କୁହାଯାଇଛି ଯେ, ହୋଇଥିବା ଆଲୋଚନା ସକରାତ୍ମକ, ବାସ୍ତବାଦୀ ଓ ଗଠନମୂଳକ ଥିଲା । ଏହା ସହିତ ଯଥାଶୀଘ୍ର ସମ୍ମୁଖ ଭାଗରୁ ସେନା ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବାକୁ ଉଭୟ ପକ୍ଷ ରାଜି ହୋଇଥିବା ସରକାରଙ୍କ ସୂତ୍ରରୁ ଜଣାପଡିଛି । ଏହି ଆଲୋଚନା ବୁଝାମଣା ଓ ବିଶ୍ୱାସ ବୃଦ୍ଧି କରିଛି ।

ଏକତରଫା ଭାବେ ଏଲ୍‌ଏସିରେ ପରିବର୍ତ୍ତନ ପାଇଁ ଚୀନ ସେନା ଚେଷ୍ଟା କରିବାରୁ ଗତ ଏପ୍ରିଲ ମାସରୁ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଭାରତ ଓ ଚୀନ ସେନା । ଆଗରୁ ୮ ଥର ଆଲୋଚନା ହୋଇଥିଲେ ମଧ୍ୟ ସ୍ଥିତିରେ କିଛି ଅଗ୍ରଗତି ହୋଇନଥିଲା । ତେବେ ନବମ ପର୍ଯ୍ୟାୟ ଆଲୋଚନାରେ ଏଥିରେ କିଛି ସୁଧାର ଆସିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂକେତ ମିଳିଛି ।

Leave A Reply

Your email address will not be published.