Latest Odisha News

BREAKING NEWS

ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ ୬ ବିଶିଷ୍ଟ ବ୍ୟକ୍ତି ମନୋନିତ

ନୂଆଦିଲ୍ଲୀ : ଘୋଷଣା ହେଲା ପଦ୍ମ ପୁରସ୍କାର । ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣରେ ଜଣେ ଓଡ଼ିଆଙ୍କ ସମେତ ୭ ଜଣ ସମ୍ମାନିତ ହେବେ। ଏମାନଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନାଁ ମଧ୍ୟ ରହିଛି। ପବ୍ଲିକ ବ୍ୟାପାର ବିଭାଗ କ୍ଷେତ୍ରରେ ତାଙ୍କୁ ଏହି ସମ୍ମାନ ମିଳିବ।

କଳା କ୍ଷେତ୍ରରେ ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପାଇଁ ମନୋନିତ କରାଯାଇଛି । କଳା ପାଇଁ ଏସ ପି ବାଲ୍ ସୁବ୍ରମଣ୍ୟମ, ମେଡିସିନ ପାଇଁ ବେଲେ ମୋନାପ୍ପା ହେଗଡେ, ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆମେରିକାର ନରିନ୍ଦର ସିଂହ କାପନେୟ, ମୌଲାନା ୱାହିଦୁଦ୍ଦିନ ଖାନ ଏବଂ ବିବି ଲାଲଙ୍କୁ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନ ମିଳିବ।

ଅନ୍ୟ ୫ ଓଡ଼ିଆଙ୍କ ମଧ୍ୟରେ ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର, ନନ୍ଦ ପୃଷ୍ଟି, ସମାଜ ସେବା ଲାଗି ଶାନ୍ତି ଦେବୀ, କଳା ଲାଗି ପୂର୍ଣ୍ଣମାସୀ ଜାନି ଓ ମେଡିସିନ୍ ପାଇଁ ଓଡ଼ିଶାର ଡ. କୃଷ୍ଣ ମୋହନ ପାଠୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ।

ପଦ୍ମ ଭୂଷଣ ପାଇଥିବା ୧୦ ଜଣଙ୍କ ମଧ୍ୟରେ କେରଳର କେ ନାଏର ଶନ୍ତକୁମାରୀ ଚିତ୍ରା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ, କଲବେ ସିଦ୍ଦିକଙ୍କୁ ମରଣୋତ୍ତର ପଦ୍ମ ଭୂଷଣ, ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ, ନୃପିନ୍ଦର ମିଶ୍ର, ରଜନୀକାନ୍ତ ଦେବୀଦାସ ଶରଫ ଓ ହରିଆଣାର ତ୍ରିଲୋଚନ ସିଂହ ରହିଛନ୍ତି।

Comments are closed.