ନୂଆଦିଲ୍ଲୀ: ଟ୍ୱିଟ୍ ପାଇଁ ଅଡୁଆରେ ପଡିିଥିବା ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମ୍ରା କହିଛନ୍ତି, ଜୋକ୍କୁ ସତ ବୋଲି ଭାବନ୍ତୁ ନାହିଁ । ଆଉ ଜୋକ୍ ପାଇଁ କୋର୍ଟରେ ଡିଫେନ୍ସ ମଧ୍ୟ ଦରକାର ନାହିଁ ବୋଲି ସେ କହିଛନ୍ତି ।
ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁ୍ପ୍ରିମକୋର୍ଟ ତୁରନ୍ତ ଜାମିନ ଦେବା ପ୍ରସଙ୍ଗରେ କୁନାଲ ଯେଉଁ ଟ୍ୱିଟ କରିଥିଲେ, ତାହା ବିବାଦ ଘେରକୁ ଆସିଥିଲା । ତାଙ୍କ ନାଁରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ନୋଟିସ୍ ହେବାରୁ ସେ ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି ଯେ, ଜୋକ୍ ପାଇଁ କିଛି ଡିଫେନ୍ସ ଦରକାର ନାହିଁ । ଜୋକ୍ରେ କମେଡିଆନ୍ର ନିଜସ୍ୱ ଦୃଷ୍ଟିଭଙ୍ଗୀ ରହିଥାଏ । ତାଛଡା ସେ ଯେଉଁ ଟ୍ୱିଟ କରିଥିଲେ, ବିଚାର ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ହ୍ରାସ କରିବା ପାଇଁ ଆଦୌ ଉଦ୍ଦିଷ୍ଟ ନ ଥିଲା ।
କୁନାଲ ଏହା ମଧ୍ୟ କହିଛନ୍ତି, କୋର୍ଟଙ୍କ ବହୁ ନିଷ୍ପତ୍ତିକୁ ସମର୍ଥନ କରନ୍ତି ନାହିଁ । କିନ୍ତୁ ସମ୍ମାନ ଦିଅନ୍ତି । କୋର୍ଟଙ୍କ ରାୟକୁ ସେ ଅପମାନ ଦେଇନାହାନ୍ତି । ଯଦି ଅପମାନ ଦେଇଥାନ୍ତେ, ତେବେ ତାହା ଅଦାଲତ ଅବମାନନା ହୋଇଥାନ୍ତା ବୋଲି କହିଛନ୍ତି କୁନାଲ କାମରା ।
BREAKING NEWS
- ‘କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି’
- ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ
- ‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’
- ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଘଟଣାରେ ୮ ଗିରଫ
- ଅବସର କେବେ ନେବେ ସୂଚନା ଦେଲେ କୋହଲି
- ‘ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦେଇ ବାଃ ବାଃ ନେଉଛି ବିଜେପି’
- ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଆରାମ ଦରକାର: ଜେପି ନଡ୍ଡା
- ଅବସର ଘୋଷଣା କଲେ ଭାରତର ମହାନ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ
- ଅନୁଭବ ମହାନ୍ତିଙ୍କୁ ମିଳିଲା ଆଶ୍ବସ୍ତି
- ପଥର ଖାଦାନରେ ଅଘଟଣ,ଜଣେ ଶ୍ରମିକ ମୃତ