ନୂଆଦିଲ୍ଲୀ: ଟ୍ୱିଟ୍ ପାଇଁ ଅଡୁଆରେ ପଡିିଥିବା ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମ୍ରା କହିଛନ୍ତି, ଜୋକ୍କୁ ସତ ବୋଲି ଭାବନ୍ତୁ ନାହିଁ । ଆଉ ଜୋକ୍ ପାଇଁ କୋର୍ଟରେ ଡିଫେନ୍ସ ମଧ୍ୟ ଦରକାର ନାହିଁ ବୋଲି ସେ କହିଛନ୍ତି ।
ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁ୍ପ୍ରିମକୋର୍ଟ ତୁରନ୍ତ ଜାମିନ ଦେବା ପ୍ରସଙ୍ଗରେ କୁନାଲ ଯେଉଁ ଟ୍ୱିଟ କରିଥିଲେ, ତାହା ବିବାଦ ଘେରକୁ ଆସିଥିଲା । ତାଙ୍କ ନାଁରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ନୋଟିସ୍ ହେବାରୁ ସେ ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି ଯେ, ଜୋକ୍ ପାଇଁ କିଛି ଡିଫେନ୍ସ ଦରକାର ନାହିଁ । ଜୋକ୍ରେ କମେଡିଆନ୍ର ନିଜସ୍ୱ ଦୃଷ୍ଟିଭଙ୍ଗୀ ରହିଥାଏ । ତାଛଡା ସେ ଯେଉଁ ଟ୍ୱିଟ କରିଥିଲେ, ବିଚାର ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ହ୍ରାସ କରିବା ପାଇଁ ଆଦୌ ଉଦ୍ଦିଷ୍ଟ ନ ଥିଲା ।
କୁନାଲ ଏହା ମଧ୍ୟ କହିଛନ୍ତି, କୋର୍ଟଙ୍କ ବହୁ ନିଷ୍ପତ୍ତିକୁ ସମର୍ଥନ କରନ୍ତି ନାହିଁ । କିନ୍ତୁ ସମ୍ମାନ ଦିଅନ୍ତି । କୋର୍ଟଙ୍କ ରାୟକୁ ସେ ଅପମାନ ଦେଇନାହାନ୍ତି । ଯଦି ଅପମାନ ଦେଇଥାନ୍ତେ, ତେବେ ତାହା ଅଦାଲତ ଅବମାନନା ହୋଇଥାନ୍ତା ବୋଲି କହିଛନ୍ତି କୁନାଲ କାମରା ।
BREAKING NEWS
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, କରିବେ ରାଜ୍ୟ ସାଙ୍ଗଠନିକ ସମୀକ୍ଷା
- ବାଲେଶ୍ୱରରେ ଚାଲିଛି ନକଲି RTO ଅଫିସ୍; ଗିରଫ ହେଲେ ଝାଡ଼ଖଣ୍ଡ ଯୁବକ
- ସୀମା ଟପିଲା ବର୍ବରତା: ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ
- ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- Dry Weather: ୩ ଦିନ ଖରା, ୫ରୁ ବଦଳିବ ପାଗ! ୧୨ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ; ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି?
- Asian Games Gold: ୧୯ ବର୍ଷରେ ଏସିଆନ୍ ଗେମ୍ସ ଚାମ୍ପିଅନ୍ ସୁନେଲିତା! ଓଡ଼ିଶା ଝିଅଙ୍କ ହକି ସ୍ୱର୍ଣ୍ଣ, ଅନିମେଶ ଆଣିଲେ ବ୍ରୋଞ୍ଜ୍
- Smit Machchhar: ନିଜ ଜୀବନକୁ ପାଣି ଛଡାଇ ବଞ୍ଚାଇ ଦେଲେ ୧୮୦ ଜୀବନ, କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ବଡ଼ ସମ୍ମାନ ଦେବ ଇସ୍ରାଏଲ୍
- Vande Bharat: ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ, ଚେନାବରେ ତିଆରି ହେଲା ନୂଆ ରେକର୍ଡ!
- Vijay turns Bus Conductor: କଣ୍ଡକ୍ଟର ସାଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ଧଡାଧଡ୍ କାଟିଲେ ଟିକେଟ୍!
- CJP Protest: ପୁଣି ମଇଦାନକୁ ଓହ୍ଲାଇବ କକ୍ରୋଚ୍ ଜନତା ପାର୍ଟି! CECଙ୍କ ଇସ୍ତଫା ୧୦ ଅକ୍ଟୋବରରେ ଦିଲ୍ଲୀରେ ବଡ଼ ବିକ୍ଷୋଭ

Comments are closed.