Latest Odisha News

BREAKING NEWS

ମୋଟେରା ବିଶ୍ୱର ଏକମାତ୍ର ଷ୍ଟାଡିୟମ ଯେଉଁଠାରେ ୧୧ ମଲ୍ଟିପଲ ପିଚ୍ ରହିଛି

ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ଅହମ୍ମଦାବାଦର ମୋଟେରାରେ ଖେଳାଯିବ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ହେବା ସହ ମୋଟେରାରେ ସର୍ବାଧିକ ମଲ୍ଟିପଲ ପିଚ୍ ରହିଛି । ଏଥିରେ ଥିବା ୧୧ ପିଚରୁ ୫ରେ ନାଲି ମାଟି ଓ ୬ରେ କଳା ମାଟି ବ୍ୟବହାର କରାଯାଇଛି । ମେଲବୋର୍ଣ୍ଣରେ ଏହା ପୂର୍ବରୁ ସର୍ବାଧିକ ୧୦ ପିଚ୍ ରହିଥିଲା । ଏବେ ଏହା ମଧ୍ୟରୁ ୭ କାର୍ଯ୍ୟକ୍ଷମ ରହିଛି । ମୋଟେରାରେ ଉଭୟ ପେସ୍ ଏବଂ ସ୍ପିନ ବୋଲିଂକୁ ସୁହାଉଥିବା ପିଚ ପ୍ରସ୍ତୁତ କରାଯାଇଛି ।

କରୋନା ମହାମାରୀ ଯୋଗୁ ଉଭୟ ଦଳ ଏଠାରେ ପ୍ରାୟ ୧ମାସ ପାଖାପାଖି ରହିବେ ବୋଲି ଜଣାପଡିଛି । ଦ୍ୱିତୀୟ ଟେଷ୍ଟ (ଫେବୃୟାରୀ ୫ରୁ୧୭) ପରେ ୨ ଟିମ୍ ଏଠାରେ ପଂହଚିବେ । ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ସେଠାରେ ରହିବେ । ଏଥିପାଇଁ ବିସିସିଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସିରିଜର ପ୍ରଥମ ଟେଷ୍ଟ ଚେନ୍ନାଇରେ ୫ରୁ ଆରମ୍ଭ ହେବ ।

Leave A Reply

Your email address will not be published.