Latest Odisha News

BREAKING NEWS

ଆମେ ଗାନ୍ଧିଜୀଙ୍କ ପୂଣ୍ୟତିଥି ପାଳନ କରିବୁ, କଂଗ୍ରେସକୁ ଅଟକାଇଲେ ଆନ୍ଦୋଳନ ହେବ: ବାହିନୀପତି 

ବ୍ରହ୍ମପୁର : ଆସନ୍ତାକାଲି ବ୍ରହ୍ମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ପାଳନ କରାଯିବ । ଖଲିକୋଟ କଲେଜ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମରେ ଆସିବାକୁ ଥିବା କଂଗ୍ରେସ କର୍ମୀଙ୍କୁ ରାସ୍ତାରେ ଅଟକାଗଲେ ରାଜ୍ୟ ସାରା ଆନ୍ଦୋଳନ ହେବ ଓ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

୫ରୁ ୭ ହଜାର ଲୋକଙ୍କ ସମାଗମ ପାଇଁ ଯୋଜନା କରାଯାଇଥିଲେ ବି ୧୫ଶହ ଲୋକଙ୍କୁ ଅନୁମତି ଦିଆଯାଇଛି ତାହା ପୁଣି ଆର୍ଟିପିସିଆର୍ ଟେଷ୍ଟ୍ ପରେ । ପୂର୍ବରୁ ବିଜେପି ଓ ବିଜେଡ଼ି ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ କଂଗ୍ରେସ ଦଳ ପାଇଁ ଜାଣିଶୁଣି ଏପରି କରାଯାଇଛି ବୋଲି ବାହିନୀପତି ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର କଂଗ୍ରେସ ଦଳ ଆଗକୁ ଉଠୁ ବୋଲି ଚାହୁଁ ନାହାନ୍ତି ଏଣୁ ଡ଼କା ହୋଇଥିବା ଲୋକଙ୍କର ଆର୍ଟିପିସିଆର୍ ଟେଷ୍ଟ୍ କରିବା ପାଇଁ କୁହାଯାଇଛି । ଏପରିକି କୌଣସି ରାଲି କିମ୍ବା ଖାଦ୍ୟ ବଂଟନ ପାଇଁ ଅନୁମତି ଦିଆଯାଇନାହିଁ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପସ୍ଥିତିରେ ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.