Latest Odisha News

BREAKING NEWS

ଗୁଲମର୍ଗରେ ଖୋଲିଲା ଦେଶର ପ୍ରଥମ ଇଗଲୁ କାଫେ

ବାରମୁଲା: ଜାମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରେ ଏକ ହୋଟେଲ ସଂଚାଳକ ଗ୍ରୁପ ଦେଶର ପ୍ରଥମ ଇଗଲୁ କାଫେ ଖୋଲିଛନ୍ତି । ଭୂପୃଷ୍ଠରୁ ୨୭୩୦ ମିଟର ଉଚ୍ଚରେ ଏହି କାଫେ ତିଆରି କରାଯାଇଛି । ଭିତରପଟୁ ଏହା ୨୨ ଫୁଟ ଚୌଡା ଏବଂ ୧୩ ଫୁଟ ଉଚ୍ଚ ରହିଛି । ସୁଇଜରଲାଣ୍ଡରେ ଏ ଭଳି ଅନେକ କାଫେ ଓ ହୋଟେଲ ଦେଖିବା ପରେ ଏଥିପ୍ରତି ଆକର୍ଷିତ ହୋଇଥିଲି ବୋଲି ଏହି ଇଗଲୁ ତିଆରି କରିଥିବା ୱାସିମ ଶାହ କହିଛନ୍ତି ।

ଏହାକୁ ତିଆରି କରିବା ପାଇଁ ୨୦ କର୍ମଚାରୀଙ୍କୁ ୧୫ ଦିନ ସମୟ ଲାଗିଥିଲା । ଟେବୁଲ, ଚୌକିଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ବରଫରେ ତିଆରି ହୋଇଛି । ଗୋଟିଏ ଇଗୁଲ କାଫେରେ ୧୬ଜଣ ବ୍ୟକ୍ତି ଏକତ୍ର ବସିପାରିବେ । ଗୁଲମାର୍ଗର ଏହି କାଫେକୁ ପର୍ଯ୍ୟଟକମାନେ ବେଶତ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.