Latest Odisha News

BREAKING NEWS

କାରଖାନା ଭିତରେ ଦନ୍ତା ହାତୀ, ଜୀବନ ବିକଳରେ ଧାଇଁଲେ ଶ୍ରମିକ

ଢେଙ୍କାନାଳ: କାରଖାନାରେ ପଶିଲା ଦନ୍ତା ହାତୀ । ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନା ପରିସରକୁ ଆଜି ଏକ ଦନ୍ତା ହାତୀ ପଶି ଯାଇଥିବା ଦେଖିବାକୁ ମିଳିଛି ।

ହାତୀଟିକୁ ଦେଖି କାରଖାନା ପରିସରରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳି ଯାଇଥିଲା । ସମସ୍ତେ ଭୟରେ ଏଣେ ତେଣେ ଦୌଡ଼ି ପଳାଇଥିଲେ । ପରେ ଖବର ପାଇ ହିନ୍ଦୋଳ ବନକର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇ କାରଖାନା ପରିସରରୁ ବାହାର କରିଥିଲେ । 

ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଥିବା ଜଣାପଡିଛି । ତେବେ ନିର୍ମାଣଧୀନ କାରଖାନା ଅଂଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କରୁଥିବା କାରଣରୁ ହାତୀଟି କାରଖାନା ଭିତରକୁ ପଶି ଆସିଥିବା ଅନୁମାନ କରାଯାଇଛି ।

Leave A Reply

Your email address will not be published.