Latest Odisha News

BREAKING NEWS

ଅନୁଗୁଳରେ ନକଲି ପାମୋଲିନ କାରଖାନା ଠାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି।

ସୂଚନା ଅନୁଯାୟୀ, ଅନୁଗୁଳ ପୋଲିସର ସ୍ପେସିଆଲ ସ୍କ୍ବାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ ହୋଇ ବଜାରକୁ ଛଡା ଯାଉଥିଲା।

ଚଢ଼ାଉ ବେଳେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ଓ ଠିପି ଜବତ କରାଯାଇଛି। ଏହା ସହ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କଲିକତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିଲା । ପରେ ବିଭିନ୍ନ କମ୍ପାନୀର ଠିପି ଓ ଲୋଗୋ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଏହି କମ୍ପାନୀର କୌଣସି ପ୍ରକାର ସ୍ୱୀକୃତି ନଥିବା କିମ୍ବା ଫୁଡ଼ ଲାଇସେନ୍ସ ମଧ୍ୟ ନଥିଲା। ପ୍ରାୟ ଏକ ବର୍ଷ ପୂର୍ବରୁ ଏହି ତେଲ କାରଖାନା ବେଆଇନ ଭାବେ ଚାଲୁଥିବା ଜାଣି ପ୍ରଶାସନ ସିଲ କରିଥିଲା । ପରେ ପୁଣି ଏହି କମ୍ପାନୀ ବିନା କୌଣସି ଲାଇସେନ୍ସରେ ଅବାଧ ଭାବେ ତେଲ ଟିଣ ପ୍ରସ୍ତୁତ କରି ବିକ୍ରି କରୁଥିଲା ।

ପୋଲିସ ୪ ଜଣଙ୍କୁ ଅଟକ ରଖିବା ସହ ଅନୁଗୁଳ ବଜାରପଡ଼ାରେ ଥିବା ଅନ୍ୟ ଏକ ଗୋଦାମରେ ମଧ୍ୟ ଚଢ଼ାଉ ଜାରି ରଖିଛି । ସେପଟେ ତେଲକୁ ଟେଷ୍ଟିଂ ପାଇଁ ଭୁବନେଶ୍ବର ଲାବୋଟାରିକୁ ପଠାଇ ଅଧିକ ତଦନ୍ତ କରା ଯାଉଛି ।

ଏହି ଚଢାଉବେଳେ ଅନୁଗୁଳ ଏସଡିପିଓ ଅଶ୍ଵିନୀ ସାହୁ , ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ , ସ୍ପେଶାଲ ସ୍କ୍ବାର୍ଡ ଅଫିସର ଦୀନକୃଷ୍ଣ ମିଶ୍ର , ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସିପେକ୍ଟର ହରପ୍ରିୟା ବେହେରା ମିଳିତ ଭାବେ ଚଢାଉ କରିଥିଲେ।

Leave A Reply

Your email address will not be published.