Latest Odisha News

BREAKING NEWS

ଘର ଭିତରକୁ ଷୁଣ୍ଢ ପୁରାଇ ହାତୀ ଭିଡି ନେଉଛି ସବୁ ଜିନିଷ, ଲୋକେ ଆତଙ୍କିତ

ସମ୍ବଲପୁର: ଦନ୍ତାର ଉତ୍ପାତରେ ତ୍ରାହିତ୍ରାହି ଡାକିଲେଣି ଲୋକେ । ଏପରିକି ବନ ବିଭାଗ ନିରୁପାୟ ହୋଇ ବସିଛି ।  ହାତୀକୁ  ଟ୍ରାଙ୍କୁଲାଇଜ କରିବା ପାଇଁ ଜୋର ଧରିଲାଣି ଦାବି । ସମ୍ବଲପୁର ସଦର ରେଞ୍ଜରେ ଦନ୍ତା ହାତୀର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି ।

ହାତୀ ଗାଁରେ କାହା ବାଡି ବଗିଚାରେ ପଶି ଫସଲ ନଷ୍ଟ କରୁଛି ତ କାହାର ଭାଙ୍ଗୁଛି । ଘର ଭିତରକୁ ଷୁଣ୍ଢ ପୁରାଇ ଦନ୍ତା ଯାହା ପାରୁଛି ତାହା ଭିଡି ନେଉଛି । ଜିଲ୍ଲା ସଦର ରେଞ୍ଜ ମୁଣ୍ଢେର ଗାଁରେ ଦନ୍ତା ହାତୀଙ୍କ ଉତ୍ପାତ ଯୋଗୁଁ ସଞ୍ଜ ନଇଁଲେ ପଡି ଯାଉଛି ତାଟି କବାଟ । 

କେବଳ ଏହି ଗାଁରେ ନୁହେଁ ଦନ୍ତାର ଦାଦାଗିରିରେ ଆଖପାଖ ୧୫ ରୁ୨୦ଟି ଗାଁର ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ସେପଟେ ବନ ବିଭାଗ ପାଖରେ ଅଭିଯୋଗ କଲେ ବି ବନ ବିଭାଗ ବି ନିରୁପାୟ ହୋଇ ବସିଛି । ଲୋକେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି । 

Leave A Reply

Your email address will not be published.