Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ଚିଠି:ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ବର: ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେ ଏନେଇ ଚିଠି ଲେଖିଛନ୍ତି ।

ମନ୍ଦିରର ସୁରକ୍ଷା ଓ ପୁନଃଉଦ୍ଧାର ପାଇଁ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ଭାରତୀୟ ପ୍ରତ୍ନତତ୍ବ ବିଭାଗର ବିଶେଷଜ୍ଞ ଦଳକୁ ଭୁବନେଶ୍ବର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଖନନ କରି ବିସ୍ତୃତ ଭାବରେ ଗବେଷଣା କରିବା ଦିଗରେ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି । ଓଡ଼ିଶାର ପ୍ରଚୀନ କୀର୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି । 

Leave A Reply

Your email address will not be published.