Latest Odisha News

ହରଭଙ୍ଗାରେ ଜେଏମଏଫସି କୋର୍ଟ ଉଦ୍‌ଘାଟିତ

ବୌଦ୍ଧ:ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରି ଛକରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର ଯୋଗ ଦେଇ ବ୍ଲକ ହେର୍ଡ କ୍ୱାର୍ଟର ଚାରି ଛକଠାରେ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଅତ୍ୟତମ ଅତିଥି ଭାବେ ହାଇକୋର୍ଟର ଦୁଇ ଜଣ ବିଚାପତି ଡ.ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଏବଂ ସାବିତ୍ରୀ ରଥୋ ଯୋଗ ଦେଇଥିଲେ । ହରଭଙ୍ଗା ଓକିଲ ସଂଘ ସଭାପତି ଅକ୍ଷୟ କୁମାର ସାହୁ ମଞ୍ଚାସୀନ ଥିଲେ ।

ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର ତାଙ୍କ ଅଭିଭାଷଣରେ ଛାତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ଗାନକୁ ପ୍ରଂଶସା କରିଥିଲେ । ଲୋକର୍ପଣ ଉତ୍ସବ ତାଙ୍କ ପାଇଁ ଏକ ଖୁସିର ଦିନ ବୋଲି କହିବା ସହିତ ପ୍ରାକୃତିକ ପରିବେଶକୁ ନେଇ ବେଶ ଖୁସିବ୍ୟକ୍ତ କରିଥିଲେ । କୋର୍ଟର ଅବଶ୍ୟକତା ଏବଂ ମାମଲା କେଉଁଭଳି ଶୀଘ୍ର ଫଇସଲା ହୋଇପାରିବ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । କୋର୍ଟ ପାଇଁ ଆଉ କିଛି ଜମି ଯୋଗାଇବା ପାଇଁ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ ।

ବିଚାରପତି ସାବିତ୍ରୀ ରଥୋ ନୂଆ କୋର୍ଟ କୋଠା ନିର୍ମାଣ ଏବଂ ଏହି ସ୍ଥାନରେ କୋର୍ଟ ଖୋଲିବା ଅବଶ୍ୟକତା ବିଷୟରେ ସୂଚନା ଦେଇଥିଲେ । ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ କହିଥିଲେ ଯେ ରାଜ୍ୟର ଏକ ଦୁର୍ଗମ ସ୍ଥାନରେ ନୂଆ କୋର୍ଟର ଶୁଭାରମ୍ଭ ବିଶେଷ କରି ଏହି ଅଞ୍ଚଳର ଗରିବ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବ ।

Leave A Reply

Your email address will not be published.