Latest Odisha News

BREAKING NEWS

ଜୟ ଶାହ ହେଲେ ଏସିଆନ୍ କ୍ରିକେଟ କାଉନସିଲ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଶନିବାର ଆଉ ଏକ ଗୁରୁଦାୟିତ୍ୱ ମିଳିଛି । ସର୍ବ ସମ୍ମତି କ୍ରମେ ତାଙ୍କୁ ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ବାଂଲାଦେଶର ନାଜମୁଲ ହାସନଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ଯୋଗୁ ୨୦୨୦ରେ ଏସିଆ କପ ଆୟୋଜନ ହୋଇପାରି ନ ଥିଲା ।

ଏବେ ଏହା ଚଳିତ ବର୍ଷ ଜୁନ ମାସରେ ହେବ ବୋଲି ସ୍ଥିର ହୋଇଛି । ପାକିସ୍ତାନ ବଦଳରେ ଏସିଆ କପ୍ ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ହୋଇପାରେ । ଜୟ ଶାହ ଦାୟିତ୍ୱ ନେବା କଥା ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂ ଟୁଇଟରରେ ଜଣାଇଥିଲେ ।

Leave A Reply

Your email address will not be published.