Latest Odisha News

BREAKING NEWS

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଦାଦା

କୋଲକାତା: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରବିବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଅବଶ୍ୟ, ପରବର୍ତ୍ତୀ କିଛି ଦିନ ପାଇଁ ତାଙ୍କୁ ଘରେ ବିଶ୍ରାମ ନେବାକୁ ପଡିବ।ଏହାସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ପଡିବ। ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କୁ ବିଶ୍ରାମ ଦେବା ପାଇଁ ଡାକ୍ତରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି।

BjdElectrycity

ଘରକୁ ଫେରିବା ପରେ କୌଣସି କାର୍ଯ୍ୟ ଚାପ ନନେବାକୁ ମଧ୍ୟ କୁହାଯାଇଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ମାନ ସ୍ଥିର ଥିବା ଜଣାପଡିବା ପରେ ସୌରଭଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

Leave A Reply

Your email address will not be published.