Latest Odisha News

BREAKING NEWS

ପାକିସ୍ତାନକୁ ମାଗଣା ଟିକା ଦେବ ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତରେ ଟିକାକରଣ ଜାରି ରହିଛି। ଏଭଳି ସ୍ଥଳେ ପଡୋଶୀ ଦେଶକୁ ଭାରତର କରୋନା ଟିକା ପଠାଇବାକୁ ସ୍ଥିର କରାଯାଇଛି।

କୂଟନୈତିକ ସ୍ତରରେ ଗଲ୍ଫର ଘନିଷ୍ଠ ଅଂଶୀଦାର ଥିବା ଓମାନକୁ ୧ ଲକ୍ଷ ଆଣ୍ଟି-କୋଭିଡ ସଟ୍ ପଠାଇବା ଲାଗି ନିଷ୍ପତ୍ତି ହୋଇଛି। ସେହିପରି ଏସପ୍ତାହ ପରେ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ୫ ଲକ୍ଷରୁ ଅଧିକ ଡୋଜ ପଠାଇବାକୁ ସ୍ଥିର କରାଯାଇଛି।

ଆହୁରି ମଧ୍ୟ ଭାରତରୁ ନିକାରାଗୁଆକୁ ୨ ଲକ୍ଷ, ବାରବାଡୋସକୁ ୧ ଲକ୍ଷ, ଡୋମିନିକାକୁ ୭୦,୦୦୦ ଏବଂ ମଙ୍ଗୋଲିଆକୁ ୧.୫ ଲକ୍ଷ ଡୋଜ ପଠାଇବା ନେଇ ସୂଚନା ମିଳିଛି। ତେବେ ଏନେଇ ତାରିଖ ଚୂଡାନ୍ତ ହୋଇନାହିଁ।

ଇଜିପ୍ଟ, ଆଲଜେରିଆ, ୟୁଏଇ ଏବଂ କୁଏତ ସମସ୍ତେ ଟିକା କିଣୁଥିବା ବେଳେ ଏସବୁ ବ୍ୟବସାୟିକ ରପ୍ତାନି ତାଲିକାରେ ଅଛନ୍ତି। ପାକିସ୍ତାନ ପାଖରେ ଅର୍ଥ ସମ୍ବଳ ନଥିବା ଯୋଗୁଁ ଏହି ଟିକା ମାଗଣାରେ ମିଳିବ ବୋଲି ସୁତ୍ରରୁ ପ୍ରକାଶ।

ଜୁନ୍ ସୁଦ୍ଧା ପାକିସ୍ତାନ ୧.୭୦ କୋଟି ଡୋଜ ପାଇବ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବତନ୍ତ୍ର ସହାୟକ (ସ୍ୱାସ୍ଥ୍ୟ) ଡକ୍ଟର ସୁଲତାନ ଘୋଷଣା କରିଛନ୍ତି ଯେ ଆସନ୍ତା ମାସ (ଫେବୃଆରୀ) ରୁ ଆଷ୍ଟ୍ରାଜେନେଙ୍କା ଟିକା ପାଇବାକୁ ଯାଉଛି ପାକିସ୍ତାନ।

ପାକିସ୍ତାନ ୨୦୨୧ର ପ୍ରଥମାର୍ଦ୍ଧରେ ଆଷ୍ଟ୍ରାଜେନେଙ୍କା ଟିକାର ୧.୭୦ ମିଲିୟନ୍ ଡୋଜ ପାଇବ। ତେବେ ଫେବୃଆରୀରୁ ମାର୍ଚ୍ଚ ସୁଦ୍ଧା ୬୦ ଲକ୍ଷ ଡୋଜ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.