Latest Odisha News

BREAKING NEWS

କୃଷକଙ୍କ ସମର୍ଥନରେ ହଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଜିଦରେ ଅଟଳ କୃଷକ ସଂଗଠନ । ଦେଶ ବାହାରେ ବି ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ଲୋବାଲ୍ ସେଲିବ୍ରିଟି । ହଲିଉଡ୍ ପପ୍ ଷ୍ଟାର ରିହାନା ଏନେଇ ଚିନ୍ତା ପ୍ରକଟ କରିବା ସହ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜରାସ୍ତାରେ ବସିଥିବା ଚାଷୀଙ୍କ ସମ୍ପର୍କରେ କାହିଁକି ଆଲୋଚନା କରାଯାଉନି ?

ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସମାଜସେବୀ ଲିସିପ୍ରିୟା କାଙ୍ଗଜୁଜାମ ଟ୍ୱିଟ କରି କୃଷକ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଏହାସହ ଅନ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ସେପଟେ ଚାଷୀ ଆନ୍ଦୋଳନକୁ ନିଜର ସମର୍ଥନ ଜଣାଇଛନ୍ତି ଗ୍ରେଟା ଥନ୍‌ବର୍ଗ । ସେହିପରି ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଗ୍ରେଟା ଥନ୍‌ବର୍ଗ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇ ମାସରୁ ଅଧିକ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ବି ନିଷ୍କର୍ଷ ବାହାରି ପାରୁନି ।

Leave A Reply

Your email address will not be published.