Latest Odisha News

BREAKING NEWS

କ୍ରିକେଟକୁ ବାଏ ବାଏ କହିଲେ ଅଶୋକ ଦିଣ୍ଡା

କୋଲକାତା: କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଅଶକୋ ଦିଣ୍ଡା । କ୍ରିକେଟର ସବୁ ଫର୍ମାଟ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ସେ ଅବସର ଘୋଷଣା କରିଛନ୍ତି । ୩୬ବର୍ଷୀୟ ଦିଣ୍ଡା ଏହି ସୂଚନା ଦେଇଛନ୍ତି । ବିସିସିଆଇ ଓ ଗୋଆ କ୍ରିକେଟ ଆସୋସିଏସନକୁ ମେଲ୍ କରି ଅବସର ଘୋଷଣା ବାବଦରେ ସେ ସୂଚନା ଦେଇଛନ୍ତି ।

ଡାହାଣ ହାତୀ ପେସ୍ ବୋଲର ଅଶୋକ ଦିଣ୍ଡା । ୨୦୦୯ରେ ଶ୍ରୀଲକ୍ଷ ବିପକ୍ଷ ଟି-୨୦ ମ୍ୟାଚରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୦ରେ ଜିମ୍ବାଓ୍ୱେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ ଅଶୋକ ଦିଣ୍ଡା । ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ବେଶୀ ଦିନ ଚାଲି ନଥିଲା ।

୨୦୦୯ରୁ ୨୦୧୩ ଭିତରେ ସେ ଭାରତ ପକ୍ଷରୁ ୧୩ଟି ଦିନିକିଆ ଖେଳି ୧୨ଟି ଓ୍ୱିକେଟ ନେଇଛନ୍ତି । ସେହିପରି ୯ଟି ଟ୍ୱେଣ୍ଟି ଟ୍ୱେଣ୍ଟିରେ ଦିଣ୍ଡାଙ୍କ ଖାତାରେ ପଡ଼ିଥିଲା ୧୭ ଓ୍ୱିକେଟ୍ । ୨୦୧୩ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ । ତାପରଠୁ ସେ ତାଙ୍କ ଆଉ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ମିଳି ନାହିଁ ।

Leave A Reply

Your email address will not be published.