Latest Odisha News

BREAKING NEWS

୧.୧୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ, ଖନ୍ତାପଡା ପୋଲିସର ଚଢ଼ାଉ

ନୀଳଗିରି:ବାଲେଶ୍ଵର ଜିଲ୍ଲା ସେରଗଡ଼ ଅଂଚଳରେ ଖନ୍ତାପଡା ପୋଲିସ ଚଢ଼ାଉ କରି ୧.୧୪ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି ।

ସୂଚନାଯୋଗ୍ୟ ଜାତୀୟ ରାଜପଥ-୧୬ରେ ଏବେ ସ୍ପଷ୍ଟ ଦିବାଲୋକରେ ଗଞ୍ଜେଇ ଚାଲାଣ ହେଉଛି । ସୋମବାରରେ ବିଶେଷ ସୂତ୍ରରୁ ଖବର ପାଇ ଖନ୍ତାପଡା ଥାନା ଅଧିକାରୀ ପରେଶ ରାଉତ ସେରଗଡ଼ ଅଂଚଳରେ ଅଚାନକ ଚଢ଼ାଉ କରି ଏକ ସ୍ୱିଫ୍ଟ ଡ଼ିଜିଆର କାର ଜବତ କରି ଥାନାକୁ ଆଣିଥିଲେ । କାର ଭିତରେ ଗଞ୍ଜେଇ ଥିବା ବେଳେ ୩ ଜଣଙ୍କୁ ଅଟକ ରଖା ଯାଇଥିବା ଜଣାପଡିଛି ।

Comments are closed.