Latest Odisha News

BREAKING NEWS

ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ମିଳିପାରେ ୩ ଦିନର ଛୁଟି

ନୂଆଦିଲ୍ଲୀ : ଆସନ୍ତା ସମୟ କର୍ମଚାରୀଙ୍କ ଜୀବନରେ ଆହୁରି ଖୁସି ଭରିପାରେ । ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌ । ଏହି ଅନୁସାରେ ପ୍ରତି କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ୩ ଦିନର ଅଫ୍‌ ମିଳିପାରେ । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ୪ଟି ନୂଆ ଲେବର କୋଡ୍‌କୁ ଲାଗୁ କରିବା ପାଇଁ ସମ୍ୱନ୍ଧିତ ନିୟମକୁ ଏହି ସପ୍ତାହରେ ଅନ୍ତିମ ରୂପ ଦେଇପାରନ୍ତି ।

ଏହି ସବୁ ଲେବର କୋଡ୍ସ ଲାଗୁ ହେବା ପରେ ଦେଶର ଶ୍ରମ ବଜାରରେ ସଫଳତାର ଏକ ନୂଆ ଯୁଗ ଆରମ୍ଭ ହୋଇଯିବ । ଡ୍ରାପ୍‌ର ଅନ୍ତିମ ରୂପ ମିଳିବା ପରେ କର୍ମଚାରୀମାନେ ଗୋଟିଏ ସପ୍ତାହରେ ୪ଦିନ କାମ କରି ଆଉ ୩ ଦିନ ଛୁଟି ନେଇପାରିବେ ।

ଏହାସହ ଶ୍ରମ ମନ୍ତ୍ରାଳୟ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କର ପଞ୍ଜିକରଣ ଏବଂ କଲ୍ୟାଣ ପାଇଁ ଏକ ନୂଆ ପୋର୍ଟଲ ପ୍ରସ୍ତୁତ କରୁଛନ୍ତି । ଅଧିକାରୀଙ୍କ ମୁତାବିକ୍‌, ଏହି ପୋର୍ଟାଲ ଜୁନ୍‌ ସୁଦ୍ଧା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ଏହି ପୋର୍ଟାଲରେ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜିକରଣ ଓ ତାଙ୍କ ପାଇଁ ଅନ୍ୟ ସୁବିଧା ସବୁ ପ୍ରଦାନ କରାଯାଇପାରେ । ଏଥିରେ ଠିକା ବା ମୁକ୍ତ ରୂପେ କାମ କରୁଥିବା ଶ୍ରମିକଙ୍କୁ ଓ ପ୍ଲେଟଫର୍ମ ଶ୍ରମିକଙ୍କ ଭଳି କର୍ମୀଙ୍କର ପଞ୍ଜିକରଣ କରାଯିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭା ବଜେଟ୍‌ରେ ବଜେଟ୍‌ ଉପସ୍ଥାପନା ବେଳେ ଭାଷଣ ସମୟରେ ଏହି ପ୍ରକାର ୱେବ୍‌ ପ୍ରୋଟାଲ ଗଠନ ପାଇଁ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.