ଚେନ୍ନାଇ: ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ । ୨୨୭ ରନରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ । ୪୨୦ରନର ବିଶାଳ ଟାର୍ଗେଟର ପିଛା କରି ଶେଷ ଦିନରେ ଭାରତ କରିଥିଲା ମାତ୍ର ୧୯୨ ରନ୍ । ଆଜି ଥିଲା ମ୍ୟାଚର ଶେଷ ଦିନ । ବିଜୟ ପାଇଁ ଭାରତକୁ ଆଉ ୩୮୧ ରନ୍ ଆବଶ୍ୟକ ଥିଲା । ତେବେ ଜେମସ୍ ଆଣ୍ଡରସନ୍ ଓ ଜ୍ୟାକ୍ ଲିଚଙ୍କ ଖତରନାକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଭାରତର ବ୍ୟାଟିଂ ଲାଇନ୍ ଅପ୍ ।
ଭାରତ ୪୨୦ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୫୮ ଓଭର ଗୋଟିଏ ବଲ ଖେଳି ମାତ୍ର ୧୯୨ ରନରେ ସୀମିତ ରହିଗଲା । ଜୋଫ୍ରା ଆର୍ଚର ବୁମରାହଙ୍କ ଓ୍ୱିକେଟ ନେଇ ଇଂଲଣ୍ଡର ବିଜୟ ମୁଣ୍ଡି ମାରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୨ ରନ୍ ଓ ଶୁଭମନ୍ ଗିଲ୍ କରିଥିଲା ୫୦ରନ୍ । ଅନ୍ୟ କୌଣସି ଖେଳାଳି ୨୦ ରନ୍ ବି ପାର କରି ନାହାନ୍ତି ।
ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ ଓ ଦ୍ୱିତୀୟ ଇନିଂସରେ କରିଥିଲା ୧୭୮ ରନ୍ । ଭାରତ ପ୍ରଥମ ଇନିଂସରେ କରିଥିଲା ୩୩୭ ରନ୍ । ଦ୍ୱିତୀୟ ଇନିଂସରେ ୧୯୨ ରନରେ ସମସ୍ତ ଓ୍ୱିକେଟ ହରାଇଛି । ଏହି ବିଜୟ ସହ ଚାରି ଟିକିଆ ଟେଷ୍ଟରେ ଇଂଲଣ୍ଡ ୧-୦ରେ ସିରିଜ ଆଗୁଆ ରହିଛି ।
BREAKING NEWS
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି
- ଟି୨୦ ବିଶ୍ୱକପ: ଭାରତୀୟ ଟିମ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ
- ତେଜୁଛି ମାଗଣା ବିଜୁଳି ରାଜନୀତି: ବିଜେପିର ଆହ୍ବାନ, ଘରୁ ମିଟର ହଟେଇବାକୁ ନିର୍ଦ୍ଦେଶ ଦିଆଯାଉ