ଚେନ୍ନାଇ: ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ । ୨୨୭ ରନରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ । ୪୨୦ରନର ବିଶାଳ ଟାର୍ଗେଟର ପିଛା କରି ଶେଷ ଦିନରେ ଭାରତ କରିଥିଲା ମାତ୍ର ୧୯୨ ରନ୍ । ଆଜି ଥିଲା ମ୍ୟାଚର ଶେଷ ଦିନ । ବିଜୟ ପାଇଁ ଭାରତକୁ ଆଉ ୩୮୧ ରନ୍ ଆବଶ୍ୟକ ଥିଲା । ତେବେ ଜେମସ୍ ଆଣ୍ଡରସନ୍ ଓ ଜ୍ୟାକ୍ ଲିଚଙ୍କ ଖତରନାକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଭାରତର ବ୍ୟାଟିଂ ଲାଇନ୍ ଅପ୍ ।

ଭାରତ ୪୨୦ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୫୮ ଓଭର ଗୋଟିଏ ବଲ ଖେଳି ମାତ୍ର ୧୯୨ ରନରେ ସୀମିତ ରହିଗଲା । ଜୋଫ୍ରା ଆର୍ଚର ବୁମରାହଙ୍କ ଓ୍ୱିକେଟ ନେଇ ଇଂଲଣ୍ଡର ବିଜୟ ମୁଣ୍ଡି ମାରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୨ ରନ୍ ଓ ଶୁଭମନ୍ ଗିଲ୍ କରିଥିଲା ୫୦ରନ୍ । ଅନ୍ୟ କୌଣସି ଖେଳାଳି ୨୦ ରନ୍ ବି ପାର କରି ନାହାନ୍ତି ।

ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ ଓ ଦ୍ୱିତୀୟ ଇନିଂସରେ କରିଥିଲା ୧୭୮ ରନ୍ । ଭାରତ ପ୍ରଥମ ଇନିଂସରେ କରିଥିଲା ୩୩୭ ରନ୍ । ଦ୍ୱିତୀୟ ଇନିଂସରେ ୧୯୨ ରନରେ ସମସ୍ତ ଓ୍ୱିକେଟ ହରାଇଛି । ଏହି ବିଜୟ ସହ ଚାରି ଟିକିଆ ଟେଷ୍ଟରେ ଇଂଲଣ୍ଡ ୧-୦ରେ ସିରିଜ ଆଗୁଆ ରହିଛି ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.