ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଅଧିକାଂଶ ନେତାଙ୍କ ଆଖି ଛଳଛଳ ହୋଇଥିଲା । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପରେ ଗୁଲାମ ନବି ଆଜାଦଙ୍କ ବିଦାୟୀ ଭାଷଣ ଏହାର କାରଣ ସାଜିଥିଲା । ଆସନ୍ତୁ ଜାଣିବା ଆଜାଦଙ୍କ ବିଦାୟୀ ଭାଷଣର ସାରାଂଶ-
୧. ୨୦୦୫ରେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲି ମୋର ସ୍ୱାଗତ ଭିନ୍ନ ଭାବେ ହୋଇଥିଲା । ଗୁଜରାଟ ଭାଇ ଭଉଣୀଙ୍କ ରକ୍ତରେ ଏହାର ଆରମ୍ଭ ହୋଇଥିଲା ।
୨.ଗୁଜରାଟୀ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଛୋଟ ଛୋଟ ହାତ ମୋ ପାଦ ଧରି ସେମାନଙ୍କ ପରିବାରଜନକୁ ଖୋଜୁଥିଲେ ।
୩. ମୁଁ କେବଳ କହିପାରିଥିଲି ୟା ଖୁଦା ତୁମନେ କ୍ୟା କିୟା, ମେ କୈସେ ଜବାବ ଦୁ ଉନ ବଚ୍ଚୋ କୁଁ ।
୪. ମୋଦି-ଶାହଙ୍କୁ ବିନମ୍ର ଅନୁରୋଧ କଶ୍ମୀରରେ ନୂଆ ସକାଳର ଆରମ୍ଭ କରନ୍ତୁ ।
୫.କଶ୍ମୀରର ପଣ୍ଡିତମାନେ ମୋତେ ସର୍ବଦା ଭୋଟ ଦେଇଛନ୍ତି । ମୁଁ କିନ୍ତୁ ତାଙ୍କ ପାଇଁ କିଛି କରିପାରିନି । ସେମାନଙ୍କୁ କଶ୍ମୀର ଏବେ ବି ଝୁରୁଛି ।
୬.ଚେୟାରମ୍ୟାନ ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧନ୍ୟବାନ ଦେଉଛି । ସର୍ବଦା ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ମୋତେ ମିଳିଛି ।
୭. ଇଦ ହେଉ କି ଦିୱାଲୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ମୋଦିଙ୍କ ଫୋନ ସବୁବେଳେ ଆସିଥାଏ । ପୂର୍ବରୁ ମୋଦି ମଧ୍ୟ ତାଙ୍କ ଭାଷଣରେ ଆଜାଦ ଯୋଗଦାନକୁ ପ୍ରଶଂସା କରିଥିଲେ ।
୮. ପାକିସ୍ତାନ ଅବସ୍ଥା ଦେଖିବା ପରେ ମୁଁ ସର୍ବଦା ହିନ୍ଦୁସ୍ତାନୀ ମୁସଲିମ୍ ଭାବେ ନିଜକୁ ଗର୍ବ ଅନୁଭବ କରେ ।
BREAKING NEWS
- ସୁନା ସଫା ପାଉଡର ବିକ୍ରି ନାଁରେ ମହିଳାଙ୍କଠୁ ସୁନା ଗହଣା ଲୁଟ୍
- ଫେବୃଆରୀ ୧୫ ସୁଦ୍ଧା ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ପୋଷାକ
- Revenue Services: ରାଜ୍ୟବାସୀଙ୍କୁ ଆଶ୍ବସ୍ତି, ଏଣିକି ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା
- ଉତ୍ତରାଖଣ୍ଡରେ ମଦ୍ରାସା ବୋର୍ଡ ଉଚ୍ଛେଦ, ଜାରି ହେଲା ନୂଆ ବିଜ୍ଞପ୍ତି
- Ganja Seized: ଫୁଲକୋବି ଗାଡିରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ
- ଗଞ୍ଜାମରେ ବଢ଼ିଛି କୃଷ୍ଣସାର ମୃଗ ସଂଖ୍ୟା
- ଅନଲାଇନ ଗେମ୍ ନିଶା! ୯ ମହଲାରୁ ଡେଇଁ ପଡ଼ିଲେ ୩ ଭଉଣୀ…
- Naxalite Surrender: କ୍ୟାଡର ମାଓବାଦୀର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର
- ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ରାଜ୍ୟର ଚିଠି
- +2 Exams: ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା, ପ୍ରକାଶ ପାଇଲା ସ୍ବତନ୍ତ୍ର ନିୟମାବଳୀ
Comments are closed.