Latest Odisha News

BREAKING NEWS

ଚଳିତ ବର୍ଷ ଇଦ୍‌ରେ ରିଲିିଜ କରିବ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘Gangubai Kathiawadi’!

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଥିଆୱାଡି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଏବେ ଫିଲ୍ମ ବିଷୟରେ ଏକ ଭଲ ଖବର ଶୁଣିବାକୁ ମିଳିଛି। ସଦ୍ୟତମ ଖବର ଅନୁଯାୟୀ, ‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂ ଶେଷ ହେବାକୁ ଯାଉଛି।

ଫିଲ୍ମର ସୁଟିଂ ଏହି ସପ୍ତାହରେ ଶେଷ ହେବ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ, ଖବର ଅନୁଯାୟୀ ଭନସାଲୀ ଚଳିତ ବର୍ଷ ଇଦ୍ ଅବସରରେ ଫିଲ୍ମ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ସଞ୍ଜୟ ଲୀଲା ଭନସାଲୀ ୨୦୨୧ ଇଦ୍‌ରେ ଫିଲ୍ମ ରିଲିଜ୍ କରିବାକୁ ଚାହୁଁଛନ୍ତି ବୋଲି ବିଶେଷ ସତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.