Latest Odisha News

BREAKING NEWS

ହରିଦ୍ୱାରରେ ଶିଳ୍ପା ସେଟ୍ଟୀଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ 

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବାର ଲାଗିଛି । ଭିଡିଓରେ ଶିଳ୍ପା ପଣ୍ଡିତ ମାନଙ୍କ ସହିତ ଛିଡା ହୋଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବା ନଜରକୁ ଆସିଛନ୍ତି ।

ଏହି ସମୟରେ ସେ ହ୍ୱାଇଟ୍ ସୁଟ୍ ପିନ୍ଧିଛନ୍ତି । ଶିଳ୍ପା ହାତ ଯୋଡି ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରୁଛନ୍ତି । ନିକଟରେ ଉତ୍ତରାଖଣ୍ଡରେ ଗ୍ଲେସିୟର ବିସ୍ଫୋରଣରେ ହଇଚଇ ସୃଷ୍ଟି ହୋଇଛି । ଭିଡିଓ ସେୟାର କରି ଶିଳ୍ପା କହିଛନ୍ତି – ଏହି ମନ୍ତ୍ର ପ୍ରଳୟ ଦୂର କରିଥାଏ ଏବଂ ଅସମୟ ମୃତ୍ୟୁରୁ ବଞ୍ଚାଇଥାଏ । ଏହା ଡର ଦୂର କରିଥାଏ ଏବଂ ଏଥିରେ ଅନେକ ଶକ୍ତି ରହିଥାଏ ।

ହରିଦ୍ୱାରରେ ଏହି ମନ୍ତ୍ର ଜପ କରିବା ଏକ ନିରନ୍ତର ଅନୁଭୂତି ଥିଲା । ଏହି ଭିଡିଓ କରୋନାର ଅନେକ ଦିନ ପୂର୍ବର । ଏହି ମନ୍ତ୍ର ସବୁବେଳେ ସାହାଯ୍ୟ କରି ଆସିଛି । ଯଦି କୌଣସି ପ୍ରକାର ସମସ୍ୟା ଥାଏ ତେବେ ଏହି ମନ୍ତ୍ରକୁ ୧୧ ଥର ଜପିବା ଦ୍ୱାରା ଚମତ୍କାର ହୋଇଥାଏ ବୋଲି ଶିଳ୍ପା ତାଙ୍କର ଫ୍ୟାନ ମାନଙ୍କୁ ଉପଦେଶ ଦେଇଛନ୍ତି । ଫ୍ୟାନ୍ସ ଏହି ଭିଡିଓକୁ ଖୁବ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.