Latest Odisha News

BREAKING NEWS

୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ୨୦୨୧ ମେ’ ମାସରେ ଦେଇପାରିବେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର । ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୨୦୨୧ ମେ’ ମାସରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହା ସମସ୍ତ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ।

ସୂଚନାଯୋଗ୍ୟ, ମହାମାରୀ କୋଭିଡ୍ ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ୨୦୨୦ ମାର୍ଚ୍ଚ ମାସରୁ ବନ୍ଦ ହୋଇଥିଲା । ଫଳରେ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନଥିଲା । ପରବର୍ତ୍ତୀ ସମୟରେ ୨୦୨୧ ଜାନୁଆରୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି କୋଭିଡ୍ ନିୟମାବଳୀ ପାଳନ କରି ସ୍କୁଲ୍ ଖୋଲାଯାଇଛି । ତଥାପି ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପିଲାମାନଙ୍କ ଆବଶ୍ୟକତାକୁ ଭିତ୍ତିକରି ଦ୍ୱନ୍ଦ୍ୱ ଦୂର ଲାଗି ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର କ୍ଲାସ କରାଯିବ ।

ସେହିପରି ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମକି ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୧ ମେ’ ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.