Latest Odisha News

BREAKING NEWS

ରାଜ୍ୟ ସ୍ୱାର୍ଥ ନେଇ ପୁଣି ରାଜ୍ୟସଭାରେ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର : ରାଜ୍ୟର ବିକାଶ ନେଇ ରାଜ୍ୟସଭାରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଓଡ଼ିଶା ପ୍ରତି କରିଥିବା ଅବହେଳା କଥା ମଧ୍ୟ ଉଠାଇଛନ୍ତି । ତେଣୁ କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ପୂରଣ କରନ୍ତୁ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସମ୍ବଲପୁରୀ, କୋଷଳି ଏବଂ ହୋ ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି । ଏହାସହ ସୁନ୍ଦରଗଡ ଜିଲ୍ଲାରେ ଦ୍ୱିତୀୟ AIIMS ହସ୍ପିଟାଲ୍ କରାଯାଉ । ଓଡ଼ିଶାରେ ବିଧାନ ପରିଷଦର ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଉ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯାଉ ।

ସେହିପରି ଓଡ଼ିଶାର ୨୨୩୫ଟି ଗାଁରେ ଟେଲି ଯୋଗାଯୋଗ ନାହିଁ, ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦିଅନ୍ତୁ । ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବାକୁ ବୃଦ୍ଧି କରିବା ସହ କୋଇଲା ରୟାଲଟି, କ୍ଲିନ୍ ଏନର୍ଜି ସେସ୍ ଓ ଉପକୂଳ ରାଜପଥ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ସାଂସଦ । ତେଣୁ କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ବିଚାର କରିବା ସହ ଏହାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

Leave A Reply

Your email address will not be published.