Latest Odisha News

BREAKING NEWS

କୋଟିଆ ଗସ୍ତରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ; ଲୋକଙ୍କ ସହ ମିଶିବେ, ସମସ୍ୟା ବୁଝିବେ

ଭୁବନେଶ୍ୱର: ୧୯୩୬ ମସିହା ଅର୍ଥାତ୍ ସ୍ୱାଧୀନତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର କୋଟିଆ ପଞ୍ଚାୟତ ଓଡ଼ିଶା ଭୂଖଣ୍ଡରେ ରହିଛି । କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଲାଗି ମସୁଧା ଚଳାଇଛନ୍ତି । ଦୀର୍ଘ ଦିନ ଧରି କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ରାଜ୍ୟ ସରକାର କୋଟିଆ ଅଞ୍ଚଳରେ ସରକାରୀ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଓଡ଼ିଶା ସହ କୋଟିଆ ବାସୀଙ୍କର ଥିବା ଭାବାବେଗକୁ ସୁଦୃଢ଼ କରବା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ କୋଟିଆ ଗସ୍ତ କରିଛି ।

କୋଟିଆ ଓଡ଼ିଶାର, ଭାବାବେଗକୁ ବୁଝିବୁ, ସମ୍ପର୍କ ସୁଦୃଢ଼ କରିବୁ । କୋଟିଆବାସୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପାଇଁ ପ୍ରତିନିଧି ଦଳ କୋଟିଆ ଗସ୍ତ କରିଥିବା ଶ୍ରୀ ମହାନ୍ତି କହିଛନ୍ତି । କୋଟିଆବାସୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ଆସନ୍ତାକାଲି ଦିନ ଗୋଟାଏ ସମୟରେ କୋଟିଆବାସୀଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତା କୋଟିଆ ଠାରେ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଏବଂ ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ପ୍ରମୁଖ ସାମିଲ ଅଛନ୍ତି ।

Leave A Reply

Your email address will not be published.