Latest Odisha News

BREAKING NEWS

ଗୁରୁତର ଅବସ୍ଥାରେ ପୁରୀରୁ ବିଦେଶୀ ଉଦ୍ଧାର, କଣ୍ଟାବୁଦାରେ ବସି କରୁଥିଲେ ତପସ୍ୟା

ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ଜଣେ ବିଦେଶୀ ଇସ୍କନ ଶ୍ରଦ୍ଧାଳୁଙ୍କି ଉଦ୍ଧାର କରାଯାଇଛି । ବଳିଆପଣ୍ଡା ଥାନା ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ବିଦେଶୀ ଜଣଙ୍କ ଋଷିଆର ମହା ଆନନ୍ଦ ବୋଲି ଜଣାପଡ଼ିଛି । ସେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବେଳାଭୂମିରେ ଥିବା ଏକ କଣ୍ଟାବୁଦାରେ ବସି କିଛିଦିନ ହେବ ତପସ୍ୟା କରୁଥିଲେ ।

ତପସ୍ୟା ବେଳେ ତାଙ୍କ ଦେହରେ କଣ୍ଟା ଫୁଟିଯିବାରୁ ରକ୍ତ ବୋହିଥିଲା । ଲୋକମାନେ ରକ୍ତ ବୋହିବା ଦେଖି ବଳିଆପଣ୍ଡା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବିଦେଶୀ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିବା ସହ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଚିକିତ୍ସା ପରେ ବିଦେଶୀଙ୍କୁ ଇସ୍କନ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.