Latest Odisha News

BREAKING NEWS

ମାତିଛନ୍ତି ଶିକାରୀ: ଦାନ୍ତ ପାଇଁ ଦନ୍ତାକୁ ମାରିଦେଲେ

ଢେଙ୍କାନାଳ: ଦାନ୍ତ ପାଇଁ ଦନ୍ତା ହାତୀକୁ ଗୁଳି କରି ହତ୍ୟା । ଏଭଳି ଅଭାଭନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ ୯ ତାରିଖରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଗୁଳି କରି ଦନ୍ତା ହାତୀକୁ ମାରିଛନ୍ତି ଦୁର୍ବୃତ୍ତ। ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା ସୂଚନା ମିଳିଛି । ମୃତ ହାତୀର ଆନୁମାନିକ ବୟସ ୩୦ରୁ ଅଧିକ ହେବ । ଏନେଇ ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି ।

ହାତୀ ଶିକାରରେ ପ୍ରାୟ ୧୦ରୁ ଅଧିକ ଜଣ ସାମିଲ ଅଛନ୍ତି । ଘଟଣା ହିନ୍ଦୋଳ-ନରସିଂହପୁର ସୀମାନ୍ତ ଜଙ୍ଗଲରେ ଘଟିଛି । ଦାନ୍ତ ନେଇ ଦୁବୃର୍ତ୍ତ ନରସିଂହପୁର ଅଞ୍ଚଳକୁ ପଳାଇ ଯାଇଥିବା ସୂଚନା ପାଇଛି ବନ ବିଭାଗ । ହାତୀର ପୋଷ୍ଟମର୍ଟମ ସହିତ ତନାଘନା ତଦନ୍ତ ଚଳାଇଛି ବନ ବିଭାଗ ।

Leave A Reply

Your email address will not be published.