Latest Odisha News

BREAKING NEWS

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ପଞ୍ଜାବ, ଜାମ୍ମୁ କାଶ୍ମୀର, ହରିୟାଣା ଓ ଉତ୍ତରାଖଣ୍ଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ନୋଏଡା ଓ ରାଜସ୍ଥାନର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଛି । ରାତି ୧୦ଟା ୩୪ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପଞ୍ଜାବର ଅମୃତସର ଏହାର କେନ୍ଦ୍ରବିନ୍ଦୁ ବୋଲି କୁହାଯାଉଛି ।

ଏହାପୂର୍ବରୁ ରାତି ୧୦ଟା ୩୧ ମିନିଟରେ ଭୂକମ୍ପର ପ୍ରଥମ ଝଟକା ଅନୁଭୂତ ହୋଇଥିଲା । ତାଜିକସ୍ତାନ ଭୂକମ୍ପର କେନ୍ଦ୍ରସ୍ଥଳି ଥିବା ବେଳେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । କିନ୍ତୁ ଏହାର ୩ ମିନିଟ ପରେ ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।

 

Comments are closed.